ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ, ୨୦୨୪ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ୧୫ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ନେତା ଓ କର୍ମୀ ସଂକଳ୍ପ ନେଇଛନ୍ତି। ଘରେ ଘରେ ଶଙ୍ଖ କାର୍ଯକ୍ରମ ସହ ‘ମୁଁ ବି ହେବି ନବୀନଙ୍କ ସାରଥି’ କାର୍ଯ୍ୟକ୍ରମ ଦଳକୁ ବଡ଼ ସଫଳତା ଦେଇଛି। ଆଗକୁ ଏହି ଧାରା ଜାରି ରହିବ ବୋଲି ଶାସକ ଦଳ ବିଧାୟକ ମତ ରଖିଛନ୍ତି।

ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଲେଣି ଭୋଟର। କାର୍ଯ୍ୟକାରିଣୀରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ବଡ଼ ସଫଳତା। ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ଓଡ଼ିଶା। ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ଜନ ଆର୍ଶୀବାଦ। ମୁଁ ବି ହେବି ନବୀନଙ୍କ ସାରଥି କାର୍ଯ୍ୟକ୍ରମରେ ଦଳକୁ ଚବିଶରେ ବଡ଼ ସଫଳତା ଦେବା ପାଇଁ ବିଜେଡିର ଯୁବ ଓ ଛାତ୍ର ସେନାପତି ସଂକଳ୍ପ ନେଇଛନ୍ତି। ଜନସେବା, ଦଳୀୟ ସଂଗଠନ ସହ ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି ବିଜେଡି। ଆସନ୍ତା ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି କାର୍ଯ୍ୟକାରିଣୀ। ଓଡ଼ିଶାବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଲୋକପ୍ରିୟ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ନୂଆ ରେକର୍ଡ କରିବେ। ବିଜେଡିର ବଡ଼ ବିଜୟ ପାଇଁ ପ୍ରତିଜ୍ଞା କରିଛନ୍ତି ନେତା। ସମସ୍ତଙ୍କ ପାଖରେ ସରକାରଙ୍କ ଲୋକପ୍ରିୟ ଯୋଜନା ପହଞ୍ଚାଇବାକୁ ଜନସଂପର୍କ ଯାତ୍ରାରେ ଫୋକସ୍ କରାଯାଇଛି।

ମିଶନ ୨୦୨୪ ପାଇଁ ବିଜେଡି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢି ଚାଲିଛି। ନବୀନଙ୍କ ୨୬ବର୍ଷ ଜନସେବା, ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦଳ ପାଇଁ ବଡ଼ ବିଜୟ ଆଣିବ ବୋଲି ବିଜେଡି କହିଛି। ପ୍ରତି ନିର୍ବାଚନରେ ବିଜେଡିର ଭୋଟହାର ବୃଦ୍ଧି ପାଇବା ସହ ଚବିଶରେ ନବୀନଙ୍କ ପ୍ରତି ଜନ ସମର୍ଥନର ସୁଅ ଛୁଟିବ। ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ଯାତ୍ରା ଜନ ସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବାରୁ ନବୀନଙ୍କୁ ପୁଣି ରାଜ୍ୟ ଶାସନର ଭାର ଦେବା ପାଇଁ ଓଡ଼ିଶାବାସୀ ମନସ୍ଥ କରିଥିବା ବିଜେଡି କହିଛି।