spot_img

Latest Posts

ଅକାଳୀ ଦଳ ଏନଡିଏରୁ ଓହରିବା ପ୍ରସଙ୍ଗକୁ ପ୍ରଶଂସା କଲା ବିଜେଡ଼ି, ଟୁଇଟ୍ କରି ଜଣାଇଲେ ପିନାକୀ

ନୂଆଦିଲ୍ଲୀ: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଗତ ସପ୍ତାହରେ ୨ଟି କୃଷି ସମ୍ପର୍କିତ ବିଲ୍ ଗୃହୀତ କରାଇସାରିଛି ଲୋକ ସଭାରେ ଦଳର ସଂଖ୍ୟା ଦୃଷ୍ଟିରେ ଗୃହୀତ ହେବାରେ କୌଣସି ଅସୁବିଧା ନ ଥିଲା ହେଲେ ରାଜ୍ୟ ସଭାରେ ସହଯୋଗୀ ଶିରୋମଣୀ ଅକାଳି ଦଳ (ଏସଏଡି) ସମେତ ସମଦୂରତ୍ୱ ବଜାୟ ରଖି ଆସୁଥିବା ବିଜୁ ଜନତା ଦଳ(ବିଜେଡି), ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରସ) ପ୍ରମୁଖ ବିରୋଧ କରିଥିଲେ ହେଲେ ଶାସକ ଦଳ କୌଣସି ଜିନିଷକୁ ଭ୍ରୁକ୍ଷେପ କରି ନ ଥିଲା ଅତ୍ୟନ୍ତ ତରବରିଆଭାବେ ଏହାକୁ ଧ୍ୱନିମତରେ ଗୃହୀତ କରାଇଥିଲା

କେବଳ ଏତିକି ନୁହେଁ, ଲୋକ ସଭାରେ ଏହି ବିଲ୍ ସମ୍ପର୍କିତ ଆଲୋଚନା ସମୟରେ କେନ୍ଦ୍ର କ୍ୟାବିନେଟରୁ ଶିରୋମଣୀ ଅକାଳୀ ଦଳ ଇସ୍ତଫା ଦେଇଥିଲା ଏହି ଦଳର ହରସିମରତ କୌର ଇସ୍ତଫା ଦେବା ସହ ଗୃହୀତ କୃଷି ବିଲ୍ ଚାଷୀ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଥିଲେ ଏହାର କିଛିଦିନ ପରେ ଅର୍ଥାତ ଗତକାଲି ରାତିରେ ଏନ୍ ଡି ଏ ଛାଡିଥିବା ଅକାଳୀ ଦଳ ପକ୍ଷରୁ ଘୋଷଣା କରାଯାଇଛି ପୁରୀ ବିଜେଡି ଏମପି ତଥା ଲୋକସଭାରେ ବିଜେଡିର ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଟୁଇଟ୍ କରି ଶିରୋମଣି ଅକାଳି ଦଳ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଟୁଇଟ୍ ମାଧ୍ୟମରେ ପିନାକୀ କହିଛନ୍ତି ଯେ, ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନଡିଏର ପୁରାତନ ଅଂଶୀଦାର ଶିରୋମଣି ଅକାଳି ଦଳର ପଦକ୍ଷେପ ପ୍ରଶଂସନୀୟ କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏ ନିଷ୍ପତ୍ତିକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି

ଅତୀତରେ ଓଡ଼ିଶା ବିଧାନସଭାରେ ସମସ୍ତ ରାଜନୈତିକ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା ଏହି ଦାବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ପକ୍ଷରୁ ସମୟ ମଗାଯାଇଥିଲା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦାବିକୁ ଲାଗୁ କରିବା ଦୂର କଥା, ଆଲୋଚନା କରିବାକୁ ଉଚିତ ମଣି ନ ଥିଲେ ଆଗାମୀ ଦିନରେ ଏହି କୃଷି ବିଲ୍ ଜାତୀୟ ରାଜନୀତିକୁ ଅନେକାଂଶରେ ପ୍ରଭାବିତ କରିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି

Latest Posts

Don't Miss