spot_img

Latest Posts

ଗଞ୍ଜାମରେ ବଢ଼ୁଛି ବିଜେଡି ଶକ୍ତି, ଦଳରେ ସାମିଲ ହେଲେ କଂଗ୍ରେସ ଓ ବିଜେିପର ଶତାଧିକ କର୍ମୀ

ଗଞ୍ଜାମ: ଆହୁରି ଶକ୍ତିଶାଳି ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ଦିନକୁ ଦିନ ଅଧିକ ମଜଭୁତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାବାସୀ ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଦେଖିବାକୁ ମିଳିଛି । ନବୀନ ପଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପିର ଶତାଧିକ ମହିଳା ଓ ପୁରଷ କର୍ମୀ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି । ଏନେଇ ବ୍ରହ୍ମପୁର ଭାବାନଗର ସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ଏକ  ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡି ସଭାପତି ତଥା ପୁର୍ବତନ ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ସୁବାଷ ମହାରଣା, ନାରୀନେତ୍ରୀ ସଙ୍ଘମିତ୍ରା ଦଳେଇ, ରାଜ୍ୟ ମହିଳା ମୋର୍ଚା ସଭାପତି ମମତା ବିଷୋୟୀ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ବିଜେଡିକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ଶପଥ ନେଇଥିଲେ । ଜନସାଧାରଣଙ୍କ ମୌଳିକ ଆସୁବିଧାକୁ ଗୁରୁତ୍ୱ ଦେବା ସହ ଦଳୀୟ ଶୃଙ୍ଖଳା ମାନି କାମ କରିବେ ବୋଲି ମିଶ୍ରଣ ପର୍ବରେ ସାମିଲ ହୋଇଥିବା କଂଗ୍ରେସ ଓ ବିଜେପି କର୍ମୀ ପ୍ରକାଶ କରିଛନ୍ତି ।

ଦିଗପହଣ୍ଡି ଏନ୍‌ଏସିର ପୁର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ତୁରୁବୁଡି ପଂଚାୟତର ବିଜେପି କର୍ମୀ ବିଶ୍ୱନାଥ ଚୌଧୁରୀଙ୍କ ସମେତ ବହୁ କର୍ମୀ ସ୍ୱତପୃତ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀଙ୍କ ବିଜେଡିରେ ସାମିଲ ନେଇ ଗଂଜାମ ଜିଲ୍ଲା ବିଜେଡିରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Latest Posts

Don't Miss