ବିଜେଡି ସଂସଦୀୟ ଦଳ ବୈଠକ ଶେଷ: ରେଳ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ଦାବି କରିବ ଓଡ଼ିଶା

ଭୁବନେଶ୍ୱର: ସଂସଦରେ ବିଜେଡି ଉଠାଇବ ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗ । ରେଳ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ଦେବାକୁ ଦାବି କରାଯିବ । ‘ଏନ୍‌ପିଆର ରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା । ଏସ୍‌ସି/ଏସ୍‌ଟି ଙ୍କ ସହ ଓବିସିଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଦାବି କରାଯାଇଛି।

ସେହିପରି ବିଧାନ ପରିଷଦ ନେଇ ପ୍ରତିଶ୍ରୁତି ମିଳିଥିବା ସାଂସଦ ପିନାକୀ ମିଶ୍ର କହିଛନ୍ତି । ୩୧ ତାରିଖରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି ।

ଏହା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ବସିଥିଲା । ବୈଠକ ପରେ ବଜେଟ୍‌ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

Leave a Reply