କାଲିଠୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ବିଜେଡିର ପଦଯାତ୍ରା ଆରମ୍ଭ ହେବ । ପ୍ରତିବର୍ଷ ପରି ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏହା ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ ପାର୍ବଣ ଥିବାରୁ ଅକ୍ଟୋବର ଦୁଇରେ ଗାନ୍ଧୀ ମୂର୍ତ୍ତି ପାଖରେ କେବଳ ପଦଯାତ୍ରା ପାଇଁ ବିଜେଡି ସଂକଳ୍ପ ନେଇଥିଲା । ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ ଘର ଘର ବୁଲି ବିଜେପି ସରକାରଙ୍କ ବିଫଳତା ଓ ନବୀନ ପଟ୍ଟନାୟକ ସରକାର ସମୟର ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସୁଆଣ୍ଡୋରୁ ପଦଯାତ୍ରା ଶୁଭାରମ୍ଭ କରିବ ବିଜେଡି । ସେହିପରି ଏକାମ୍ର ଭୁବନେଶ୍ୱରରେ ଡୁମୁଡୁମାରୁ ପଦଯାତ୍ରା କରି ଜନସମ୍ପର୍କ ସୃଷ୍ଟି କରିବେ ବିଜେଡି ନେତା ଓ କର୍ମୀ ।