ଧାମନଗରରେ ବିଜେଡି ସାଙ୍ଗଠନିକ ସଂପାଦକଙ୍କ ବିଶାଳ ବାଇକ ଶୋଭାଯାତ୍ରା

ଧାମନଗର: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଧାମନଗରରେ ଆୟୋଜିତ ସଭାରେ ଯୋଗଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲଠାରେ ଅନୁଷ୍ଠିତ ସଭାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହି ଅବସରରେ ଧାମନଗର ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଥିଲେ ପ୍ରଣବ ପ୍ରକାଶ ଦାସ ।

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗରେ ଧାମନଗରକୁ ଆହୁରି ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିବେ ବୋଲି କହିଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ । ବିଜେଡିର ଜନସମ୍ପର୍କ ପଦଯାତ୍ରା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ଅବସରରେ ଦଳର ସାଙ୍ଗଠନିକ ସମ୍ପାଦକଙ୍କ ପ୍ରଣବ ପ୍ରକାଶ ଦାସଙ୍କ ସହ ବହୁ ହେଭିଓ୍ବେଟ ନେତା ସାମିଲ ହୋଇଥିଲେ ।

ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ସାଂସଦ, ବିଧାୟକ ଓ ବହୁ ନେତା ଉପସ୍ଥିତ ଥିଲେ । ନଭେମ୍ବର ୩ରେ ଧାମନଗରରେ ଉପନିର୍ବାଚନ ହେବା ନେଇ ବିଧିବଦ୍ଧ ତାରିଖ ଘୋଷଣା ହୋଇଛି  । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଏକପ୍ରକାର ଋଣନିତୀ ଆରମ୍ଭ କରିଦେଇଛନ୍ତି  । ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ହେବାକୁ ଯାଉଛି ଉପନିର୍ବାଚନ  ।