spot_img

Latest Posts

ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ବିଜେଡିର ସଜବାଜ: ଛାତ୍ର ଓ ଯୁବକଙ୍କୁ ଗୁରୁମନ୍ତ୍ର ଦେଲେ ଛାମୁଆ ନେତା

ପୁରୀ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ସୃଦୁଢ କରିବା ପାଇଁ ପୁରୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମେଗା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ସଭାପତିତ୍ୱ କରିଥିଲେ । ଏହି ରାଜ୍ୟସ୍ତରୀୟ ମେଗା ପ୍ରଶିକ୍ଷଣ ଶିବିରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ମାନ୍ୟବର ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଜଣେ ଅସାଧାରଣ ବ୍ୟକ୍ତିତ୍ଵଙ୍କୁ ଆମ ନେତା ରୂପେ ପାଇ ଆମେ ସମସ୍ତେ ଗର୍ବିତ ଅନୁଭବ କରୁଛୁ। ବର୍ତ୍ତମାନର ଦରଦାମ ବୃଦ୍ଧି ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ” । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ କି” ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଆଧାରରେ ବିଜୁ ଜନତା ଦଳ ଏକମାତ୍ର ଦଳ ଯେଉଁ ଦଳ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ କୋଭିଡ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଓଡ଼ିଶା ଆଜି ରୋଲ୍ ମଡେଲ ସାଜିଛି। ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି ଅବସରରେ କହିଥିଲେ କି ବିଜୁ ଜନତା ଦଳ କେବଳ ଗୋଟିଏ ରାଜନୈତିକ ଦଳ ନୁହେଁ ଏହା ଏକ ପଲିଟିକାଲ ମୁଭମେଣ୍ଟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନନ୍ୟ ନେତୃତ୍ୱ ବଳରେ ଓଡ଼ିଶା ଆଜି ବିକଶିତ ହୋଇପାରିଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ନୂତନ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିପାରିଛି।

ସର୍ବ ଭାରତୀୟ ଦଳ ମାନେ ସଂଘୀୟ ବ୍ୟବସ୍ଥାକୁ କୁଠାରାଘାତ କରି ଆର୍ଥିକ ଅନୁଦାନ ପ୍ରଦାନ ରେ ଅନ୍ତର ପାନ୍ତର କରି ସଦାବେଳେ ଓଡ଼ିଶା ପ୍ରତି ଆଞ୍ଚଳିକ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି”। କେନ୍ଦ୍ର ସରକାର କୋଷ୍ଟାଲ ହାଇଓ୍ୱେ ନିର୍ମାଣ ଏବଂ ଖଣି ରୟାଲିଟି ପ୍ରଦାନ କରିବା କ୍ଷେତ୍ରରେ ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ରୋଲ୍ ମଡେଲ ରୂପେ ଗ୍ରହଣ କରି ଲୋକ ମାନଙ୍କୁ ତୁମେ ଭଲପାଇଲେ ହିଁ ଲୋକମାନେ ତୁମକୁ ଭଲ ପାଇବେ ଏବଂ ଏହା ଦ୍ୱାରା ଏକ ସମୃଦ୍ଧ ତଥା ସ୍ୱାବଲମ୍ୱୀ ଓଡ଼ିଶା ଗଠନ ହୋଇପାରିବ ବୋଲି ଡଃ ରାୟ ଅଭିଭାଷଣ ପ୍ରଦାନ କରିଥିଲେ। ବିଜେଡ଼ି ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଯୁବ ନେତୃତ୍ୱଙ୍କ ଏକ ଖସଡ଼ା ପ୍ରଦାନ କରିଥିଲେ ।

ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାର କାନ୍ତି ବେହେରା, ମାନ୍ୟବର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡ଼ି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ରଞ୍ଜିତ ମହାପାତ୍ର ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିର ରେ ଓଡ଼ିଶାରୁ କୋଣ ଅନୁକୋଣରୁ ଆସିଥିବା ସମସ୍ତ ଯୁବ ନେତୃତ୍ୱଙ୍କୁ ସଂଗଠନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଗୁରୁମନ୍ତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମାଜିକ ସେବା କାର୍ଯ୍ୟକ୍ରମ ଏବଂ କୋଭିଡ୍ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବର ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ବିଜୁ ଯୁବ ଜନତା ଦଳ ର ଅବଦାନ ସଂପର୍କିତ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଶେଷରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ପୁରୀ ବେଳାଭୁମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିର ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା , ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ , ଅନ୍ୟ ସମସ୍ତ ଜୋନ ସଭାପତି,ଜିଲ୍ଲା ସଭାପତି,ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସମସ୍ତ ଜିଲ୍ଲାର ଡିଜିଟାଲ ସେକ୍ରେଟାରୀ ଏବଂ ରାଜ୍ୟ ର ସମସ୍ତ ବ୍ଲକ୍, ଏନ୍.ଏ.ସି,ମୁନିସିପାଲିଟି ର ସଭାପତି ମାନେ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ ଇସ୍ତିହାରରେ ଜଣାଇଛନ୍ତି। ତେବେ ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ହୋଇଥିବା ବେଳେ ଆଜି ମଧ୍ୟ ତାଲିମ କାର୍ଯ୍ୟକ୍ରମ ଜାରି ରହିବ ।

Latest Posts

Don't Miss