ମାଆ ତାରାତାରିଣୀଙ୍କ ପୀଠରେ ପ୍ରଣବ ପ୍ରକାଶ ଦାସ

 ଗଞ୍ଜାମ: ଚାଲିଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆଜି ଏହି ଉତ୍ସବର ଦ୍ବିତୀୟ ଦିବସ ଥିବା ବେଳେ ପୀଠ ପରିଦର୍ଶନ କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମନ୍ଦିରର ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ମା’ଙ୍କ ଦର୍ଶନ କରିଛନ୍ତି ।

ପରିଦର୍ଶନ ସମୟରେ ପ୍ରଣବଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନେକ ପ୍ରଶାସନିକ ଅଧିକାରୀ । ଏହି ଅବସରରେ ଜିଲ୍ଲାପାଳଙ୍କ ସହ ମନ୍ଦିରର ବିକାଶ କାର୍ଯ୍ୟକୁ ନେଇ କିଛି ସମୟ ଆଲୋଚନା କରିଥିଲେ ପ୍ରଣବ ପ୍ରକାଶ । ସେ ମା’ଙ୍କ ପୂଜାବିଧି ନେଇ ବି ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି । ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।