‘ସକାଳ’ ଜୟପୁର ପ୍ରେସକୁ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସଂପାଦକ

ଜୟପୁର: ସକାଳ ସଂସ୍କରଣ ଛାପା କାର୍ଯ୍ୟାଳୟ ବୁଲି ଦେଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଉପାନ୍ତ ଜିଲ୍ଲାଗୁଡିକର ମୁଖ୍ୟ ସହର ଜୟପୁରରେ ଏଭଳି ଅତ୍ୟାଧୁନିକ ଖବର କାଗଜ ଛାପା କାର୍ଯ୍ୟାଳୟ ହେବାକୁ ନେଇ ସେ ଆନନ୍ଦ ପ୍ରକାଶ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଖବରକୁ ଏହି ଖବର କାଗଜରେ ସ୍ଥାନୀତ କରିବା ନେଇ ଆଶା ରଖିଛନ୍ତି ପ୍ରଣବ ପ୍ରକାଶ । ଆଗାମୀ ଦିନରେ ଏହି ଖବର କାଗଜ ଲୋକଙ୍କ ସ୍ୱର ହୋଇପାରିବ ବୋଲି କହିଛନ୍ତି ପ୍ରବଣ ପ୍ରକାଶ ଦାଶ ।

 ପବିତ୍ର ବାହୁଡ଼ା ଯାତ୍ରାରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ଉଦଘାଟନ ହୋଇଥିଲା ନିଜସ୍ୱ ପ୍ରେସ୍ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରେସର ଉଦଘାଟନ କରିଥିଲେ  । ନିଜ୍ୱସ ପ୍ରେସ୍ ଜୟପୁରରେ ହେବା ଦ୍ୱାରା ପାଠକ ବନ୍ଧୁ ତାଜା ଖବର ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ ଗଣମାଧ୍ୟମ ପରାମର୍ଶମଦାତା  । ଏଥି ସହିତ ଉପାନ୍ତ ଅଞ୍ଚଳର ଲୋକଙ୍କ ସମସ୍ୟା କିପରି ସକାଳରେ ପ୍ରତିଫଳନ ହେବ ଏବଂ ଲୋକଙ୍କ ପ୍ରସଙ୍ଗ ହେବ ସେଥିପ୍ରତି ବିଶେଷ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି  ମତ ପ୍ରକାଶ କରିଥିଲେ  ।

Leave a Reply