ଖୁବଶୀଘ୍ର ହେବ ବିଜେଡିର ନବ କଳେବର: ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ କମିଟି ଭଙ୍ଗ
1 min readଭୁବନେଶ୍ବର: ଖୁବଶୀଘ୍ର ହେବ ବିଜେଡିର ନବ କଳେବର । ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ । ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ କମିଟି ଭଙ୍ଗ କରାଯାଇଛି । ଆଗାମୀ ସାଙ୍ଗଠନିକ ନିର୍ବାଚନ ପାଇଁ ଭଙ୍ଗ ହେଲା ସମସ୍ତ କମିଟି । ବିଜେଡିର ସାଙ୍ଗଠନିକ ନିର୍ବାଚନକୁ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ତଥା ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସାଙ୍ଗଠନିକ କାର୍ଯ୍ୟକ୍ରମ ଗୋଟିଏ ଦଳର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ନିର୍ଦ୍ଧାରିତ ସମୟରେ ବିଜେଡିର ନିର୍ବାଚନ ହୋଇଥାଏ । କୋଭିଡ-୯ କାରଣରୁ ଦଳର ସାଙ୍ଗଠନିକ ନିର୍ବାଚନ ହୋଇପାରିନଥିଲା । ଗତ ୨୦୨୪ ସାଧାରଣ ନିର୍ବାଚନ କାରଣରୁ ନିର୍ବାଚନ କମିଶନଙ୍କୁ ଦଳ ତରଫରୁ ୨୦୨୪ ଶେଷ ଆଡ଼କୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ କୁହାଯାଇଥିଲା । ସେହି ଅନୁସାରେ ପ୍ରକ୍ରିୟାକୁ ଆଗକୁ ନିଆଯାଇଛି । ଆଗାମୀ ୧୦-୧୨ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।