ନିର୍ବାଚନ ପ୍ରତିଶ୍ରୁତିକୁ ନୂଆ ରୂପରେ ବଜେଟ୍ରେ ପରସିଦେଲା ବିଜେପି: ପ୍ରଣବ କହିଲେ, ଲୋକେ ବୁଝିବେ
1 min readଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୦୧୪ରେ ଭାରତୀୟ ଜନତା ପାର୍ଟି ନିଜ ପ୍ରଚାର ପତ୍ରରେ ୨ କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା । ଏହି ପ୍ରତିଜ୍ଞା ପାଣିରେ ଗାରରେ ପରିଣତ ହେଲା । ଚଳିତ ବଜେଟରେ କହୁଛନ୍ତି ୫ ବର୍ଷରେ ୬୦ ଲକ୍ଷ ନୂଆ ଚାକିରି ଦେବେ । ଯୁବପିଢ଼ି ବୁଝିବେ ବୋଲି କହିଛନ୍ତି ପ୍ରଣବ ।
2014 ରେ ବିଜେପି ନିଜ ପ୍ରଚାର ପତ୍ରରେ 2 କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା । ଏହି ପ୍ରତିଜ୍ଞା ପାଣିରେ ଗାରରେ ପାରିଣତ ହେଲା । 2022 ବଜେଟରେ କହୁଛନ୍ତି 5 ବର୍ଷରେ 60 ଲକ୍ଷ ନୂଆ ଚାକିରୀ ଦେବେ ।
ଯୁବ ପିଢ଼ି ବୁଝିବେ..
— Pranab Prakash Das (@pranabpdas) February 1, 2022
ଅନ୍ୟପକ୍ଷରେ ଏଲ୍.ପି.ଜିରେ ମିଳୁଥିବା ରିହାତିକୁ ହ୍ରାସ କରାଯାଉଥିବା ବେଳେ ଏହାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଣବ । କଟାକ୍ଷ କରି ସେ କହିଛନ୍ତି ଯେ, ମାଆମାନଙ୍କ ମଙ୍ଗଳ ପାଇଁ ବୋଧେ ଏଲ.ପି.ଜି ଦର ଦିନକୁ ଦିନ ବଢୁଛି । ୨୦୨୨ ବଜେଟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ମିଳୁଥିବା ସବ୍ସିଡି କମ୍ କରିଦିଆଯାଇଛି, ଯାହା ଏଲ୍ପିଜିର ଦାମକୁ ଆହୁରି ବଢାଇବ । ଯାହାକୁ ମାଆ ମାନେ ଆଗକୁ ବୁଝିବେ ବୋଲି କହିଛନ୍ତି ପ୍ରଣବ ।
2014 ରେ ବିଜେପି ନିଜ ପ୍ରଚାର ପତ୍ରରେ କହିଥିଲେ କି ସବୁ ଧାନ FCI କିଣିବ ଏବଂ ଚାଷୀମାନେ MSP ମାଧ୍ୟମରେ ରେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବେ । 2022 ବଜେଟରେ ଖାଦ୍ୟ ସବସିଡ଼ି ବହୁତ କମେଇ ଦେଲେ ।
ଚାଷୀ ମାନେ ବୁଝିବେ…
— Pranab Prakash Das (@pranabpdas) February 1, 2022
ଏହା ସହିତ ଶସ୍ୟ ସଂଗ୍ରହ ପ୍ରସଂଗରେ ବିଜେପିର ପ୍ରତିଶ୍ରୁତିକୁ ମଧ୍ୟ ମନେପକାଇ ଦେଇଛନ୍ତି ପ୍ରଣବ । ୨୦୧୪ରେ ବିଜେପି ନିଜ ପ୍ରଚାର ପତ୍ରରେ କହିଥିଲେ କି ସବୁ ଧାନ ଏଫ୍ସିଆଇ କିଣିବ । ଚାଷୀମାନେ ଏମଏସ୍ପି ମାଧ୍ୟମରେରେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବେ । ହେଲେ ୨୦୨୨ ବଜେଟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରହିତାକୁ ବହୁତ କମେଇ ଦେଲେ । ଚାଷୀ ମାନେ ବୁଝିବେ ବୋଲି କହିଛନ୍ତି ପ୍ରଣବ । ଆଜି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଟୁଇଟ କରି ଏଭଳି ସମାଲୋଚନା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।