ବ୍ରଜରାଜନଗର ବିଗ୍ ଫାଇଟ୍: ଗ୍ରାଉଣ୍ଡ ଜିରୋରେ ପ୍ରଣବ ପ୍ରକାଶ ଦାସ

ବ୍ରଜରାଜନଗର: ବଢୁଛି ଉପନିର୍ବାଚନ ତାତି । ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ । ବିଗ୍ ଫାଇଟ୍ ପାଇଁ ସବୁ ଦଳର ଜୋରଦାର ସଜବାଜ । ଏଥର ନୂଆ ରଣନୀତିରେ ଗ୍ରାଉଣ୍ଡକୁ ଓହ୍ଲାଇଛି ବିଜେଡି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । ପାଞ୍ଚ ମନ୍ତ୍ରୀ, ପଶ୍ଚିମ ଓଡ଼ିଶା ସାଂସଦ, ୧୦ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ନାଁରେ ଭୋଟ ହାତେଇବାକୁ ଯୋଜନା କରିଛି ଦଳ । ସେପଟେ ପଛରେ ନାହାଁନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ । ବିଜେପି ଓ କଂଗ୍ରେସ ମଧ୍ୟ ଚଳାଇଛନ୍ତି କସରତ ।

ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ । ବ୍ରଜରାଜନଗର ବାଜି ମାରିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ରହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସମେତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି ।