ବାତ୍ୟା ପରର ସ୍ଥିତି ପରଖିଲେ ବିଜେଡି ପର୍ଯ୍ୟବେକ୍ଷକ

ବାରିପଦା: ବାତ୍ୟାର ସ୍ଥିତି ପରଖିବା ପାଇଁ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କର ମାରାଥନ ଗସ୍ତ । ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜରେ ବାତ୍ୟା ପୀଡ଼ିତଙ୍କ ପାଖରେ ପହଁଚିଛନ୍ତି ।

ଏଥି ସହ ଅମ୍ଫାନର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ୬ ଟି ବ୍ଲକରେ ସ୍ଥିତି ସମୀକ୍ଷା କରିବା ସହ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ । ଗୁରୁବାର ପ୍ରଣବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ ପହଁଚିଥିଲେ । ସେଠାରୁ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ କର୍ମୀଙ୍କୁ ବାତ୍ୟା ପ୍ରଭାବିତଙ୍କ ନିକଟରେ ପହଁଚି ସେମାନଙ୍କର ସୁଖ ଓ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ କପ୍ତିପଦା, ଗୋପବନ୍ଧୁ ନଗର, ବଡ଼ ସାହି, ବେତନଟୀ,ମୋରଡ଼ା, ରାସଗୋବିନ୍ଦପୁର ଠାରେ ବିଜେଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଣବ । ପ୍ରଣବଙ୍କ ଗସ୍ତ ସମୟରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ଉପସ୍ଥିତ ଥିଲେ ।

Leave a Reply