ବିଜେଡିର ନୂଆ ଓ୍ବେବସାଇଟ୍ ଲୋକାର୍ପଣ

1 min read

ଭୁବନେଶ୍ବର: ବିଜୁ ଜନତା ଦଳର ନୂଆ ୱେବସାଇଟର ଲୋକାର୍ପଣ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡିର ନୂଆ ୱେବସାଇଟର ଲୋକାର୍ପଣ କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାଭିମୁଖି ସୁବିଧା ସମ୍ପର୍କିତ ସମ୍ବଳିତ ବିଜୁ ଜନତା ଦଳର ଏହି ନୂଆ ୱେବସାଇଟ୍ ଲୋକାର୍ପିତ ହୋଇଛି। ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ଯାଣ, ଯୁବ ଓ କ୍ରୀଡା, କୃଷି, ଆଇଟି ଏବଂ ପୁଂଜିନିବେଶ ଭଳି କ୍ଷେତ୍ରରେ 5T ନେତୃତ୍ଵାଧିନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି। ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା, ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ଯ ଏହି ୱେବସାଇଟରେ ଦର୍ଶାଯାଇଛି। 5T ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ  କରିବା ଏବଂ ଅଭିଯୋଗର ଶୀଘ୍ର ର୍ନିଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ଲାଗି ଏହି ୱେବସାଇଟରେ ଏକ ବିଭାଗ ରହିଛି। ଏହି ୱେବସାଇଟରେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି, ଯେଉଁଥିରେ ଡିଜିଟାଲ ଡୋମେନରେ ସମର୍ଥକ ଏବଂ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି। ଜନକଲ୍ଯାଣ ଲାଗି ଏକ ଅଲଗା ବିଭାଗ ରହିଛି। ଯେଉଁଠାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନାଗରିକଙ୍କ ନେତୃତ୍ଵରେ ରାଜ୍ଯ ସରକାରଙ୍କ ସମସ୍ତ ଯୋଜନା ତାଲିକାଭୁକ୍ତ ରହିଛି। ଯୋଜନା ଗୁଡିକ ହିତାଧିକାରୀ ଭିତ୍ତିରେ ତାଲିକାଭୁକ୍ତ ହୋଇଛି। ନାଗରିକଙ୍କୁ ଜନକଲ୍ଯାଣକାରୀ ଯୋଜନା ଗୁଡିକର ଲାଭ ଉଠାଇବାରେ ଏହି ସାହାଯ୍ୟ କରିବ। ଏହି ୱେବସାଇଟରେ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ଭାବନା ପ୍ରତିଫଳିତି ହେବା ସହ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟବାସୀଙ୍କୁ ଶଙ୍ଖନାଦରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି।