spot_img

Latest Posts

କେନ୍ଦ୍ରୀୟ ଅନୁଦାନର ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ। ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ରରୁ ରାଗ୍ୟକୁ ମିଳିବା ଅଧିକାର ତାଠାରୁ କମ ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି।

ସେଥିପାଇଁ ସେସବୁ ଟଙ୍କାକୁ ରାଜ୍ୟକୁ ଯଥାଶୀଘ୍ର ଦେବାପାଇଁ ଦାବିପତ୍ର ପ୍ରଦାନ କଲେ ବିଜେଡିର ସଂସଦୀୟ ଦଳ। ଦିଲ୍ଲୀରେ ଯାଇ ଗୋଟିଏ ଦିନରେ ଦୁଇ ଜଣ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ତେବେ ବଳକା ଥିବା ଟଙ୍କାର ପୁରା ଚିଠା ସେହି ଦାବି ପତ୍ରରେ ବର୍ଣ୍ଣା କରାଯାଇଛି।

ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାଂସଦ ସସ୍ମିତ ପାତ୍ର, ସାଂସଦ ଅମର ପଟ୍ଟନାୟକ, ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ ଭେଟି ଦାବି ପତ୍ର ଦେଇଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଋସା)ରେ ୨୦୨୦-୨୧ ଶିକ୍ଷା ବର୍ଷରେ ବଳକା ଥିବା ଟଙ୍କାକୁ ରାଜ୍ୟକୁ ଦେବା ପାଇଁ ଦାବି କରିଛନ୍ତି ।

ସେପଟେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲଙ୍କୁ ଭେଟିଛନ୍ତି ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ, ମୁନା ଖାଁ ଏବଂ ପ୍ରସନ୍ନ ଆଚାର୍ଯ୍ୟ। କୃଷି କ୍ଷେତ୍ରରେ ସେଣ୍ଟ୍ରାଲି ସ୍ପୋନସରଡ ସ୍କିମ (ସିଏସଏସ) ଅଧିନରେ ବଳକା ଥିବା କେନ୍ଦ୍ରୀୟ ଅନୁଦାନକୁ ପ୍ରଦାନ ପାଇଁ ଦାବି ପତ୍ର ଦିଆଯାଇଛି ।

Latest Posts

Don't Miss