ବାଣପୁର ଘଟଣା ବିଭତ୍ସ ଓ ଲୋମହର୍ଷଣକାରୀ, ଆହାତଙ୍କ ଆରୋଗ୍ୟ କାମନା କଲା ବିଜେଡି

BJD MP Sasmit Patra Slams Chilika MLA Prashant Jagadev

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା ବର୍ବରୋଚିତ କାଣ୍ଡକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ବିଭତ୍ସ ଘଟଣା ଘଟାଇ ପ୍ରଶାନ୍ତ ଜଗଦ୍ଦେବ କରିଥିବା କାର୍ଯ୍ୟ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି ।

BJD MP Sasmit Patra Slams Chilika MLA Prashant Jagadev

ପୋଲିସ ଓ ପ୍ରଶାସନ ଦୃଢ଼ତାର ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରିବେ । ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଘଟଣାରେ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ।

ବିଗତ ଦିନରେ ପ୍ରଶାନ୍ତ ଜଗଦ୍ଦେବ ଏଭଳି କାର୍ଯ୍ୟ ପାଇଁ ବିଜେଡି ନିଲମ୍ବିତ କରିଥିଲା । ଠିକ୍ ସମୟରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସସ୍ମିତ । ଆଜିର ଘଟଣା ଲୋମହର୍ଷକାରୀ, ଅତ୍ୟନ୍ତ ବିଭତ୍ସ । ଏଭଳି ଘଟଣାକୁ ଯେତେ ନିନ୍ଦା କଲେ ବୋଲି କମ୍ ହେବ । ପୋଲିସ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବିଜେଡି କହିଛି ।