ବିଜେପି କଥା କହୁଛନ୍ତି କଂଗ୍ରେସ ନେତା, ଭକ୍ତ ଦାସଙ୍କୁ ବିଜେଡ଼ି ପଚାରିଲା ୫ ପ୍ରଶ୍ନ

ଭୁବନେଶ୍ୱର: କଂଗ୍ରେସ ନେତା ଭକ୍ତ ଦାସଙ୍କୁ ୫ଟି ପ୍ରଶ୍ନ ପଚାରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ୍ ପାତ୍ର ପ୍ରେସମିଟ୍ କରି ଭକ୍ତଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଟ୍ରଷ୍ଟି ଭାବେ ତାଙ୍କ ପୁଅ କ୍ରାନ୍ତି ଦାସ ଥିଲେ କି ନାହିଁ? ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ସହ ଭକ୍ତଙ୍କ ସମ୍ପର୍କ କଣ ? ୨୫ ଜାନୁଆରୀ ୨୦୨୦ରେ ଭକ୍ତ ସେଠାକୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିଲେ କି ନାହିଁ? ତେଲେଙ୍ଗାନା ଓ ବିହାରରେ କଂଗ୍ରେସ ଦଳର ନେତା ଓ କର୍ମୀ ଆଣିଥିବା ଭକ୍ତ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ ନା ନାହିଁ?  ବିହାରରେ ମହାଗଠବନ୍ଧନ ମେଂଟ ଭାଙ୍ଗିବା ଘୋଷଣା କରି ବିଜେପିକୁ ସାହାଯ୍ୟ କରିଥିବା ଭକ୍ତ ଦାସ, କଳାହାଣ୍ଡିରେ ବିଜେପିକୁ ସାହାଯ୍ୟ କରୁଛନ୍ତି ନା ନାହିଁ ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ଓ ଓଡ଼ିଶା ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି  । ଓଡ଼ିଶା ବିଜେପିର ବି ଟିମ୍ ହେଉଛି ଓଡ଼ିଶା କଂଗ୍ରେସ  । ବିଜେପି ପ୍ରରୋଚନାରେ ଆଜି ପ୍ରେସମିଟ୍ କରିଛନ୍ତି ଭକ୍ତ ଦାସ  ।  ଭକ୍ତ ଦାସଙ୍କ ପୁଅ ମହାଲିଙ୍କ କଲେଜ ଟର୍ଷ୍ଟିର ସଭାପତି ଥିଲେ କି ନାହିଁ ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି । ସୋସିଆଲ ମିଡିଆରେ ବୁଲୁଥିବା  ଫଟୋ ବି ଦେଖାଇଛନ୍ତି ସସ୍ମିତ  । ଫଟୋରେ  ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି  । ଗୋବିନ୍ଦଙ୍କ ସହ ସଂପର୍କ କଣ ବୋଲି ଭକ୍ତ ଦାସଙ୍କୁ ପ୍ରେସମିଟରେ ପ୍ରଶ୍ନ କରିଛି ବିଜେଡି  ।

ଭକ୍ତ ଦାସ ୨୦୧୪ ମସିହାରେ ଶେଷ ଥର ପାଇଁ ମହାଲିଙ୍ଗ କଲେଜ ଯାଇଥିବା ନେଇ ବାରମ୍ବାର କହୁଥିବାବେଳେ ସେଠାରେ ଥିବା ନାମ ଫଳକରେ ୨୦୨୦ ମସିହାରେ ଯାଇଥିବା ଉଲ୍ଲେଖ ରହିଛି  । ଏମିତିକି ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଫଟୋରେ ମଧ୍ୟ ଭକ୍ତ ଚରଣ ଦାସ ୨୦୨୦ ମସିହାରେ ଯାଇଥିବା ଜଣାପଡ଼ିଛି  । ତେବେ ଭକ୍ତ ଦାସ ରାଜ୍ୟ ବାସୀଙ୍କୁ ମିଥ୍ୟା କହୁଛନ୍ତି ନା ସତ ତାହା ସର୍ବ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସାସଂଦ ସସ୍ମିତ ପାତ୍ର  ।

Leave a Reply