ସାରୁଅରୁ ଶ୍ରୀକ୍ଷେତ୍ର ଲମ୍ବିଛି ଜମି କେଳେଙ୍କାରୀ, ସାଂସଦ ଅମର ଓ ସସ୍ମିତଙ୍କ ସମାଲୋଚନା
2 min readଭୁବନେଶ୍ୱର: ସାରୁଅ ପରେ ଏବେ ପୁରୀରେ ବିବାଦୀୟ ଜମି । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ରବୀନ୍ଦ୍ର ସେଠୀ । ରବୀନ୍ଦ୍ର ସେଠୀଙ୍କ ଏହି ବୟାନ ପରେ ପଣ୍ଡା ପରିବାରର କେଳେଙ୍କାରୀ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏହି ଘଟଣାକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଦୃଢ଼ ଭାବେ ସମାଲୋଚନା କରିଛନ୍ତି ।
Shri. Rabi Sethi, the erstwhile driver of #JayPanda’s company has finally spilled the beans of fraud which was an open secret all along; on how Jay & Jagi Panda used him as a conduit in fradulently grabbing poor SC marginal farmers land through Odisha Infratech in Sarua, Khurda. pic.twitter.com/V7PkLM3kCT
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 12, 2020
ରବୀନ୍ଦ୍ର ସେଠୀଙ୍କ ଖୁଲାସା ପରେ ପଣ୍ଡା ପରିବାରର ସବୁ ମିଛ ଧରାପଡ଼ିଲା ବୋଲି ସସ୍ମିତ ପାତ୍ର କହିଛନ୍ତି । ରବୀନ୍ଦ୍ରଙ୍କୁ ମୋହରା କରି କିପରି ଦୁର୍ନୀତି ପରେ ଦୁର୍ନୀତି କରାଯାଇଛି, ତାକୁ ସେ ଦୃଢ ନିନ୍ଦା କରିଛନ୍ତି ।
First Sarua (Khurda),now Puri. New revelation that poor semi-literate driver Rabi Sethi has been used by the Don as a benamidar conduit to buy SC land in Puri also. Shocked me & like me,people of Odisha. @PandaJay @narendramodi https://t.co/U5xZymiopX
— Dr. Amar Patnaik (@Amar4Odisha) November 12, 2020
ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି- ଅର୍ଦ୍ଧଶିକ୍ଷିତ ଗରିବ ଡ୍ରାଇଭର ରବୀନ୍ଦ୍ରଙ୍କୁ ଅପକର୍ମରେ ବ୍ୟବହାର କରିଛନ୍ତି ଜୟ ପଣ୍ଡା । ସାଧାରଣ ବର୍ଗରୁ ଆସୁଥିବା ଜୟ ପଣ୍ଡା କେବେ ଅନୁସୂଚିତ ଜାତି ବ୍ୟକ୍ତି ବିଶେଷଙ୍କ ଜମି ହାତେଇ ପାରିନଥାନ୍ତେ । ଏଥିପାଇଁ ରବୀନ୍ଦ୍ରଙ୍କୁ ମୋହରା କରାଯାଇଛି । ମାନବୀୟ ତୃଷ୍ଣା ଓ ଲୋଭର ଅନ୍ୟନାମ ଜୟ ପଣ୍ଡା । ମୁଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ମହାପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ଜୟଙ୍କ ଏହି କାରନାମା କେବଳ ମୋତେ ନୁହେଁ ଓଡ଼ିଶାବାସୀ, ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି ।