କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ

ନୂଆଦିଲ୍ଲୀ: କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ । ଭତ୍ତା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଶାନ୍ତ । କଳାକାର ଦେଶର ଅସ୍ମିତା ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ଯାହା ପାଖରେ ଗାଡି, ଘର ନାହିଁ, ଖାଇବାକୁ ମଧ୍ୟ ନାହିଁ ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଲାଗି ଅନୁରୋଧ କରିଛନ୍ତି । ଏହି ଅବସରରେ ଓଡ଼ିଶାର ସରସ୍ଵତୀ ଦେବୀଙ୍କ କଥା କହିଥିଲେ ।

ସରସ୍ବତୀଙ୍କ ପେନସନ ଏପ୍ରିଲ ୨୦୦୦ ମସିହାରୁ ବନ୍ଦ ପଡ଼ିଛି । ଦେଶର ଅନ୍ୟ ବହୁ କଳାକାରଙ୍କ ପେନସନ ମଧ୍ୟ ବନ୍ଦ ପଡ଼ିଛି । ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ସମାଧାନ ହେଉନି । ଯେଉଁମାନେ ଦେଶର ଅସ୍ମିତା ବଞ୍ଚାଇ ରଖିଛନ୍ତି ସେମାନଙ୍କ ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି । ୫ ରୁ ୬ ହଜାର ଟଙ୍କା ମଧ୍ୟରେ ସେମାନେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ପାଇଁ କିଛି ସମୟ ଦେଲେ ଏହି କଳାକାର ମାନେ ବଞ୍ଚିଯିବେ । ଦେଶ ପାଇଁ ଯେଉଁମାନେ ଜୀବନ ସମର୍ପଣ କରିଛନ୍ତି ସେମାନଙ୍କ ପାଇଁ ଦେଶର ମଧ୍ୟ ଦାୟିତ୍ବ ରହିଛି । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ।