spot_img

Latest Posts

ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସାଂସଦ। ସଂସଦ ଭବନର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ରାଜ୍ୟସଭା ଓ ଲୋକସଭା ସାଂସଦ ମାନେ।

ସୂଚନାଯୋଗ୍ୟ, ବ୍ରଜରାଜନଗରରେ ଏକ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ନବ ଦାସଙ୍କୁ ଗାନ୍ଧୀ ଛକରେ ଏଏସଆଇ ଗୁଳିମାଡ଼ କରିଥିଲେ। ପରେ ଗୁରୁତର ନବ ଦାସଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ଯାଏ କରାଯାଇଥିଲା ଗ୍ରୀନ କରିଡର। ଯୁଦ୍ଧକାଳୀନ ଭିତ୍ତିରେ ମନ୍ତ୍ରୀଙ୍କୁ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଶେଷରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ। ପରେ ଖେରୁଆଲ ଶ୍ମଶାନରେ ନବ ଦାସଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।

ତେବେ ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି। ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା।

Latest Posts

Don't Miss