ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାରେ ବିଳମ୍ବକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ
1 min read![](https://nandighoshatv.com/wp-content/uploads/2025/02/Manas-1-1024x576.jpg)
ନୂଆଦିଲ୍ଲୀ: ରାଜ୍ୟସଭାରେ ପରିବେଶ ମଞ୍ଜୁରୀ, ସାର, ଆୟୁଷ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶାକୁ କ’ଣ ଦିଆଯାଇଛି ବୋଲି ପ୍ରଶ୍ନ ପଚାରିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ପରିବେଶ ମଞ୍ଜୁରୀକୁ ନେଇ ପ୍ରଶ୍ନ କରିବା ସହ କହିଲେ- ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ରାଜ୍ୟର ବହୁ ଶିଳ୍ପ ପ୍ରକଳ୍ପ କାମ ବିଳମ୍ବ ହେଉଛି କି ? କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠାରୁ ଏକ ଅଣତାରକା ପ୍ରଶ୍ନ ଜରିଆରେ ଉତ୍ତର ମାଗିଥିଲେ । ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ପରିବେଶ ମଞ୍ଜୁରୀ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ନେଇ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ ।
ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସବୁ ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରସ୍ତାବକୁ ଏକ୍ସପର୍ଟ ଆପ୍ରାଇଜାଲ କମିଟି କିମ୍ବା ରାଜ୍ୟ ସ୍ତରୀୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି ଅନୁଧ୍ୟାନ କରିଥାନ୍ତି । ଏକ୍ସପର୍ଟ ଆପ୍ରାଇଜାଲ କମିଟିର ସୁପାରିଶ ଆଧାରରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କିମ୍ବା ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ପରିବେଶ ମଞ୍ଜୁରୀ ଦେଇଥାନ୍ତି କିମ୍ବା ଅଗ୍ରାହ୍ୟ କରିଥାନ୍ତି । ପରିବେଶ ପୋର୍ଟାଲ ତଥ୍ୟ ଅନୁଯାୟୀ ଚଳିତବର୍ଷ ଫେବୃଆରୀ ୧୦ ତାରିଖ ସୁଦ୍ଧା ପରିବେଶ ମନ୍ତ୍ରଣାଳୟ ନିକଟରେ ୫ଟି ଏବଂ ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ନିକଟରେ ୧୨ଟି ଶିଳ୍ପ ପ୍ରକଳ୍ପର ପରିବେଶ aଞ୍ଜୁରୀ ପ୍ରକଳ୍ପ ବିଚାରଧୀନ ରହିଛି । ଏଥିସହିତ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ପରିବେଶ ମଞ୍ଜୁରୀ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏକାଧିକ ପଦକ୍ଷେପ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ରାଜୃକୁ ସାର ଯୋଗାଣ ନେଇ ମଧ୍ୟ ସାଂସଦ ମାନସ ପ୍ରଶ୍ନ କରିଥିଲେ । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ କେତେ ସାର ଦାବି କରିଛି ଓ କେତେ ସାର ଓଡ଼ିଶାକୁ ପ୍ରଦାନ କରାଯାଇଛି । ରାଜ୍ୟର କୌଣସି ଜିଲ୍ଲାରେ ସାର ମହଜଦ କରି ରଖାଯାଉଛି କି ? ସାର ଚାଷୀଙ୍କ ପାଖରେ ଠିକରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ କରାଯାଉଛି କି ନାହିଁ ମାନସ ପ୍ରଶ୍ନ କରିଥିଲେ ।
ସେହିପରି ଆୟୁଷ ଚିକିତ୍ସାକୁ ନେଇ ମଧ୍ୟ ମାନସ ପ୍ରଶ୍ନ କରିଥିଲେ । ଓଡ଼ିଶାରେ କେତୋଟି ଆଞୁଷ ହସ୍ପିଟାଲ କାମ କରୁଛି । ଆଗକୁ ନୂଆ ଆୟୁଷ ହସ୍ପିଟାଲ ସ୍ଥାପନ କରାଯିବାର କିଛଇ ଯୋଜନା ଅଛି କି ? ଯଦି ଅଛି, ତେବେ ଏହାର ସବିଶେଷ ତଥ୍ୟ, କେଉଁଠି ସ୍ଥାପନ ହେବ ଏବଂ କେବେ କାମ ସରିବ ? ସରକାର କେତେ ଟଙ୍କା ବ୍ୟୟମଞ୍ଜୁର କରିଛନ୍ତି ଓ ଆୟୁଷ ଚିକିତ୍ସାର ସୁବିଧାର ଉନ୍ନତିକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଷ୍ନ କରିଥିଲେ ।