ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ କି ପଦକ୍ଷେପ ନେଇଛ: ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ସଂସଦରେ ଉଠିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପ୍ରସଙ୍ଗ । ବିଜେଡି ସାଂସଦ ମାନସ ମଙ୍ଗରାଜ ଏହି ପ୍ରସଙ୍ଗ ଉଠାଇବା ସହ ପଚାରିଛନ୍ତି, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କି ପଦକ୍ଷେପ ନିଆଯାଇଛି ? ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ସରକାର କେଉଁ ପ୍ରକାର ସହଯୋଗ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମାନସ ।

ସାଂସଦ ମଙ୍ଗରାଜଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏକ ଜାତୀୟ ଐତିହ୍ୟ । ଏହାର ସଂରକ୍ଷଣ ଦାୟିତ୍ବ ଏଏସଆଇକୁ ଦିଆଯାଇଛି । ଗତ ୨୦୨୨ ଏପ୍ରିଲରୁ ଏପର୍ଯ୍ୟନ୍ତ ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତି କେନ୍ଦ୍ର ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାସହ ଓଡିଶୀ ଓ ଗୋଟିପୁଅ ନୃତ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ କଳାକାର ଉପକୃତ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ନଜର ପକାନ୍ତୁ