5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା
1 min readଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସରେ ନେବା ପରେ ଭି.କେ. ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । ନୂଆ ଦାୟିତ୍ବ ମିଳିବା ପରେ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । କହିଲେ- ଏବେ ଓଡ଼ିଶାର ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ ।
ମାନସ କହିଛନ୍ତି, ‘ନୂଆ ଭୂମିକା ଓ ନୂଆ ଦାୟିତ୍ବ ପାଇଁ ଆପଣଙ୍କୁ ଶୁଭେଚ୍ଛା । ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ ହେଉଛନ୍ତି ଭି.କେ. ପାଣ୍ଡିଆନ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ହେବା ପରେ ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ଦ୍ବାରା ବିକାଶ ଧାରା କ୍ଷୀପ୍ର ହେବ ।’