ରାଜ୍ୟସଭାରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇଲେ ୨ ବିଜେଡି ସାଂସଦ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରେ ଉଠିଲା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ ଏହି ପ୍ରସଙ୍ଗ ଏକ ଅଣତାରକା ପ୍ରଶ୍ନ ମାଧ୍ୟମରେ ଗୃହରେ ଉଠାଇଛନ୍ତି । କେନ୍ଦ୍ର ହାଉସିଂ ଓ ସହରୀ ଦାରିଦ୍ୟ ଦୂରୀକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୭ ହଜାର ୯୬୦ କୋଟି , ୨୦୧୮-୧୯ ରେ ୧୪ ହଜାର୯୭୩ କୋଟି ୬୦ ଲକ୍ଷ, ୨୦୧୯-୨୦ ରେ ୧୯ ହଜାର ୧୦୨ କୋଟି ୮୮ଲକ୍ଷ, ୨୦୨୦-୨୧ ରେ ୧୯ ହଜାର ୯୬୯ କୋଟି ୫୦ ଲକ୍ଷ, ୨୦୨୧-୨୨ ରେ ୨୩ ହଜାର ୪୭୦ କୋଟି ଓ ୨୦୨୨-୨୩ ରେ ୨୩ ହଜାର ୮୪୦ କୋଟି ଟଙ୍କାର ଆକଳନ କରାଯାଇଥିଲା ।

ସେହିଭଳି ୨୦୧୭-୧୮ରେ ୧୩ ହଜାର ୯୫୬ କୋଟି, ୨୦୧୮-୧୯ରେ ୧୪ ହଜାର ୪୧୪ କୋଟି, ୨୦୧୯-୨୦ରେ ୧୮ ହଜାର ୮୫୦ କୋଟି, ୨୦୨୦-୨୧ ରେ ୮୯୭୦ କୋଟି ୯୯ଲକ୍ଷ ଓ ୨୦୨୨-୨୩ ରେ ୨୦ ହଜାର ୩୮୫ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଅନୁରୋଧ କରିଛି । ଯିଏ ଡ୍ୟାସବୋର୍ଡର ଇଣ୍ଟରଫେସ୍ ଦେଇ ଏହାର ସହର ଏବଂ ମେଟ୍ରୋ ରେଳ ସିଷ୍ଟମ ପାଇଁ ସୂଚନା ଅପଡେଟ୍ କରିପାରେ । ବର୍ତ୍ତମାନ ସୁଦ୍ଧା 6ଟି ରାଜ୍ୟ ବା କେନ୍ଦ୍ର ଶାସିତ ଅଂଚଳ ୫ଟି ମେଟ୍ରୋ ରେଳ ନିଗମ ପାଇଁ ନୋଡାଲ୍ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି ।