ସାଂସଦଙ୍କ ପରେ ଏବେ ରିପୋର୍ଟ ଦେବେ ବିଧାୟକ, ଛୁଟି ପାଇଁ ଦରକାର ସୁପ୍ରିମୋଙ୍କ ଅନୁୁମତି

1 min read

ଭୁବନେଶ୍ୱର : ସାଂସଦଙ୍କ ଭଳି ବିଧାୟକମାନେ ଏଣିକି ରିପୋର୍ଟ ପ୍ରଦାନ କରିବେ । ବିଜେଡି ସୁପ୍ରିମୋଙ୍କୁ ପ୍ରତି ୨ ମାସରେ ମାସିକିଆ ରିପୋର୍ଟ ପ୍ରଦାନ କରିବେ ଦଳୀୟ ବିଧାୟକ । ଏଥିପାଇଁ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ। କମିଟିରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ, କିଶୋର ମହାନ୍ତି ପ୍ରମୁଖ ସଦସ୍ୟ ଅଛନ୍ତି।

ବିଧାୟକମାନେ ରିପୋର୍ଟ କିଭଳି ଦେବେ ? କଣ ରହିବ ଏହାର ରୂପରେଖ ସେନେଇ କମିଟି ସେମାନଙ୍କୁ ପ୍ରସ୍ତାବ ଦେବ। ଆଉ ଫ୍ରେମ ତିଆରି କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଏ ବାବଦ ରିପୋର୍ଟ ଦେବାକୁ କମିଟିକୁ  କୁହାଯାଇଥିବା ଜଣାପଡ଼ିଛି ।

ପ୍ରତ୍ୟକ ଦିନ ୧୧ଟା ୩୦ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ଉପସ୍ଥିତ ନେଇ ସୁପ୍ରିମୋଙ୍କୁ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନଙ୍କୁ ସୁପ୍ରିମୋଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ମନଇଚ୍ଛା କେହି ଛୁଟି ନେଇପାରିବେ ନାହିଁ । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ଲୋକ ହେଉଛନ୍ତି ଆମର ପ୍ରକୃତ ମାଷ୍ଟର। ତେଣୁ ସେମାନଙ୍କ ସେବା ସଠିକ୍ ଭାବେ କରିବା ଉଚିତ। ପାଟକୁରା ଓ ବିଜେପୁର ଫଳାଫଳ ହିଁ ସୁଚାଇ ଦେଉଛି ଯେ, ଲୋକେ ଆମ ଉପରେ କେତେ ବିଶ୍ୱାସ ରଖିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ମାନେ କଠିନ ପରିଶ୍ରମ କରିବା ସହିତ ସ୍ୱଚ୍ଛତା ଓ ପ୍ରତିବଦ୍ଧତାର ସହିତ ଓଡିଶାବାସୀଙ୍କ ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ')}

Leave a Reply