କୃଷକ ବିରୋଧି ବିଜେପି, ସମସ୍ୟା ଉଠାଇବା ପରିବର୍ତ୍ତେ ଅଚଳ କରିଦେଲେ ଅଧିବେସନ

ଭୁବନେଶ୍ୱର: ଚାଷୀଙ୍କ ହକ ମାଗୁଛି ବିଜେଡ଼ି, କର୍ଣ୍ଣପାତ କରୁନି ବିଜେପି  । ଯେଉଁ ସମୟରେ ବିଜୁ ଜନତା ଦଳର ବିଧାୟକ ମାନେ ବିଧାନସଭାର ପବିତ୍ର ଗୃହରେ ଚାଷୀଙ୍କ ଉନ୍ନତି ଏବଂ ବିକାଶ ଦିଗରେ ଆଲୋଚନା କରୁଥିବାବେଳେ ବିଜେପି ବାଧକ ସାଜିଛି  ।  ବିଜେପିର ବିଧାୟକ ମାନେ କୌଣସି ଚଳିତ ଅଧିବେସନକୁ ଚଳାଇ ଦେଇ ନାହାଁନ୍ତି  । ସର୍ବଦା ଛୋଟ ଛୋଟ କଥାରେ ଗୃହକୁ ଅଚଳ କରିଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ  ।

ଧାନର ସହାୟକ ମୂଲ୍ୟ  ୨୯୩୦ କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ଏ ଯାଏଁ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦେଲେନାହିଁ। ସେପଟେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ନେତା ବୁଝାଇବା ପରିବର୍ତ୍ତେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି  । କୃଷକଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ। ଅଥଚ ବିଜେପି ସଦସ୍ୟମାନେ କୃଷକମାନକ ସମସ୍ୟା କଥା ନ ବୁଝି ଗୃହରେ ବିଜେପି ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିବା ନେଇ କହିଛନ୍ତି ବିଜେଡ଼ି ବିଧାୟିକା  ।

ସେହିପରି ସ୍ନେବାଙ୍ଗିନୀ ଛୁରିଆ କହିଛନ୍ତି ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି  ।  ରାଜ୍ୟରେ ଗୋଟେପଟେ ସାରର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ବକେୟା ସାର ପ୍ରଦାନ କରୁ ନାହାଁନ୍ତି  । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ରାଜ୍ୟକୁ ୬ଲକ୍ଷ ୧୯ ହଜାର ମେଟ୍ରିକ ଟନ୍ ସାର ପ୍ରଦାନ କରିବା କଥା  । କିନ୍ତୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୯୧ ହଜାର ମେଟ୍ରିକ ଟନ୍ ସାର ଦେଇଛନ୍ତି  । ସେହିପରି ଓଡିଶା ସରକାର ୭, ୫୦୦ କୋଟି ଟଙ୍କା ଋଣ କରି ଧାନ ଉଠାଇଥିବାବେଳେ ଉକ୍ତ ଅର୍ଥ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିନଥିବା ସିଧା ସଳଖ ଅଭିଯୋଗ ବାଢିଛନ୍ତି ସ୍ନେହାଙ୍ଗିନୀ ଛୁରିଆ  ।

ଓଡିଶାର କୃଷକ ମାନେ ବିଧାୟକ ଏବଂ ସାଂସଦକୁ ନିର୍ବାଚିତ କରୁଥିବାବେଳେ ବିଜେପିର କୌଣସି ମଧ୍ୟ ସଦସ୍ୟ ସଂସଦ କିମ୍ବା ବିଧାନସଭାରେ ଉଠାଉ ନାହାଁନ୍ତି  । କୃଷକଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି  । ତେଣୁ ସେହି କୃଷକ ମାନେ ହିଁ ଆଗାମୀ ଦିନରେ ବିଜେପି ଦଳକୁ ଜବାବ ଦେବେ ନିଶ୍ଚିତ । ସେହିପରି ଚଳିତ ମୌସୁମୀ ଅଧିବେସନର ୮ ଦିନ ଭିତରେ କୌଣସି ଦିନ ମଧ୍ୟ ବିଜେପିର ସଦସ୍ୟ ମାନେ ସ୍ବଭାବିକ କରାଇ ଦେଇ ନାହାଁନ୍ତି  । ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଚଳାଇ ଦେଇନାହାଁନ୍ତି  । ଯେଉଁଥିପାଇଁ ଆଗାମୀ ଦିନରେ ନିଶ୍ଚିତ ଭାବେ ବିଜେପି ସରକାରକୁ ରାଜ୍ୟର କୃଷକ ମାନେ ଜବାବ ଦେବେ ବୋଲି କହିଛନ୍ତି ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ  ।

Leave a Reply