spot_img

Latest Posts

ବିରୋଧୀ ଗୃହକୁ ଚଳାଇ ନଦେବାରୁ ଧାରଣାକୁ ଓହ୍ଲାଇଲା ବିଜେଡି, ଗାନ୍ଧୀମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧବେଶନ। ହେଲେ ଶେଷ ଦିନରେ ବି ଠିକ୍‌ସେ ଚାଲିପାରିଲା ନାହିଁ ଗୃହ। ଆଜି ଶେଷ ବିଧାନସବା ମୌସୁମୀ ଅଧିବେଶନରେ ମଧ୍ୟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା ହୋଇଛି। ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଯାହାଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି।

ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ହେଉନଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ରବିଋତୁରେ ଧାନର ଏମଏସପି ବୃଦ୍ଧି କରାଯାଉନଥିବାରୁ ବିଜେଡିର ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ବ୍ୟାନର ଧରି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସମସ୍ତ ବିଜେଡି ବିଧାୟକ।

ଆଜି ଗୃହରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥାନ୍ତା କିନ୍ତୁ ଏହାକୁ ବିରୋଧୀ ଚଳାଇଦେଲେ ନାହିଁ। ବାରମ୍ବାର ଗୃହକୁ ବନ୍ଦ କରିବା ବିରୋଧୀଙ୍କର ଏକ ପ୍ରକାରର ଅଭ୍ୟାସରେ ପରିଣତ ହୋଇଛି। ଯାହା ଫଳରେ ଗଣତନ୍ତ୍ରର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ। ଗୃହରେ କେମିତି ଆଲୋଚନା କରିବେ କେଉଁ ପ୍ରସଙ୍ଗ ଉଠାଇବାକୁ ହେବ ତାହା ବିରୋଧୀଙ୍କ ବୋଧ ହୁଏ ଜଣା ନାହିଁ। ଯେଉଁଥିପାଇଁ ଠିକ୍‌ ପ୍ରସଂଗ ନଉଠାଇ ନଜାଣି ବିରୋଧୀ ବାରମ୍ବାର ଗୃହକୁ ଅଚଳ କରିବାରେ ଲାଗିଛନ୍ତି ବୋଲି ବିଧାୟକ କହିଛନ୍ତି।

ଗୃହ ଉପରେ ସାରା ଓଡ଼ିଶାର ଜନସାଧାରଣଙ୍କର ନଜର ରହିଛି। ଲୋକଙ୍କର ଅନେକ ବିଶ୍ୱାସ ରହିଛି ବିଧାନସଭା ଉପରେ। ହେଲେ ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳୁଛନ୍ତି ବିରୋଧୀ। ଏଭଳି ବାରମ୍ବାର ହେଲେ ଗୃହ ଉପରୁ ଲୋକଙ୍କର ବିଶ୍ୱାସ ଉଠିଯିବ। କାରଣ ଆଜି ଯାହା ସବୁ ଆଲୋଚନା ହୋଇପାରିଥାନ୍ତା କେବଳ ବିରୋଧୀମାନେ ସେମାନଙ୍କର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗୃହକୁ ଚଳାଇ ଦେଲେ ନାହିଁ। ଏଭଳି କାର୍ଯ୍ୟ ହେଉଛି ନିନ୍ଦନିୟ ବୋଲି ବିଜେଡି ବିଧାୟକ ମାନେ କହିଛନ୍ତି।

Latest Posts

Don't Miss