ବିରୋଧୀ ଡ୍ରାମା କରୁଛନ୍ତି, ଆଲୋଚନାକୁ ଆସୁନାହାନ୍ତି

ଭୁବନେଶ୍ୱର: କଂଗ୍ରେସ ଓ ବିଜେପି ଓଡିଶାରେ ଭାଇ ଭାଇ ହୋଇ ମହାନଦୀ ପାଣି ଖାଇ ଗଲେ ବୋଲି ବିଧାୟକ ପ୍ରତାପ ଜେନା କହିଛନ୍ତି । ମହାନଦୀ ଆମ ଜୀବନ ଜୀବିକା । ଗତକାଲି ବିଜେଡ଼ି ମହାନଦୀ ସମସ୍ୟା କଥା ଗୃହରେ ଉଠାଇଥିଲା । ବାଚସ୍ପତି ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ବିବୃତ୍ତି ରଖିବା ପାଇଁ ରୁଲିଂ ଦେଇଛନ୍ତି । ଛତିଶଗଡ଼ର କଂଗ୍ରେସ ଏବଂ କେନ୍ଦ୍ରର ବିଜେପି ସରକାର ମହାନଦୀ ପାଇଁ ଓଡିଶାକୁ ଅଣଦେଖା କରିଛନ୍ତି ।
ବିରୋଧୀ ମାନେ ମୁଲତବୀ ପ୍ରସ୍ତାବ ଦେଲେ ଆଲୋଚନା ହୋଇପାରିବ । ବିଜେଡ଼ି ବି ଚାହୁଁଛି ମୁଲତବୀ ପ୍ରସ୍ତାବରେ ଆଲୋଚନା ହେଉ । ବିରୋଧୀ ଡ୍ରାମା କରୁଛନ୍ତି, ଆଲୋଚନାକୁ ଆସୁନାହାନ୍ତି । ଲୋକଙ୍କ ସମସ୍ୟା ପ୍ରଶ୍ନକାଳରେ ଆଲୋଚନା ହୋଇପାରୁନାହିଁ । ବିରୋଧୀ ମାନେ ନିଜ ମୁଖା ଲୁଚାଇବା ପାଇଁ ଏମିତି କରୁଛନ୍ତି । ବିଜେଡ଼ି ଚାହୁଁଛି ବିଧାନସଭା ଚାଲୁ ।