କୃଷି ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ଦେଖାଇ ଉଦାହରଣ ସୃଷ୍ଟି କଲେ ବିଧାୟକ, ଭାଇରାଲ ହେଲା ଭିଡ଼ିଓ

1 min read

ନବରଙ୍ଗପୁର : କୃଷିକୁ ସମ୍ମାନ ଦେଇ ପ୍ରଂଶସାର ପାତ୍ର ହେଲେ ବିଧାୟକ । ନିଜର ନିଷ୍ଠାରେ ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଲେ ବିଧାୟକ । ନବରଙ୍ଗପୁର ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । କୃଷି ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ଦେଖାଇ ସେ ଉଦାହରଣ ସୃଷ୍ଟି କରିଛନ୍ତି । କୃଷି କ୍ଷେତ୍ରରେ କାମ କରି ବିଧାୟକ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

କେବଳ ସେତିକି ନୁହେଁ ମନୋହର ରନ୍ଧାରୀଙ୍କ କାମକୁ ପ୍ରେରଣାଦାୟୀ କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଜଣେ ଜନପ୍ରତିନିଧି ହୋଇ ମଧ୍ୟ ମନୋହରଙ୍କ ଚାଷ ପ୍ରତି ଥିବା ରୁଚି ସଂପର୍କରେ ଜାଣିବା ପରେ ସେ ତାଙ୍କୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି  । ଯୁବ ସମାଜ ବିଧାୟକଙ୍କୁ ଅନୁସରଣ କରିବାକୁ ଭେଙ୍କିୟା ଆହ୍ୱାନ ଦେଇଥିଲେ । ବିଧାୟକ ମନୋହର ରନ୍ଧାରୀଙ୍କ ଚାଷ ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।

Leave a Reply