‘ଭୋଟ୍ ପାଇଁ ଇମୋସନାଲ କାର୍ଡ ଖେଳୁଛନ୍ତି ପ୍ରଦୀପ ପୁରୋହିତ’

ବରଗଡ଼: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରେସମିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ । ବିଜେଡି ବିଧାୟକ ଏବଂ ମନ୍ତ୍ରୀଙ୍କ ନାମରେ ପ୍ରଦୀପ ପ୍ରତିକ୍ରିୟାରେ ଆରୋପ ଲଗାଇଥିବାବେଳେ, ଏହାକୁ ଖାରଜ କରିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ  । ସେ କହିଛନ୍ତି ହତ୍ୟା ମାମଲାରେ ଜାମିନରେ ଆସିଥିବା ନେତା ଏବେ ବିଜେପିର ଷ୍ଟାର ପ୍ରଚାରକ ।

ବିଜେପୁର ଉପନିର୍ବାଚନ ସମୟରେ ଏହି ନେତାମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବିଜେପିର ଏହି ନେତାଙ୍କ ଅନ୍ୟଜଣେ ବିଜେଡି କର୍ମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ପୁଣିଥରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ଆକ୍ରମଣ କରିବାକୁ ଏହି ବିଜେପି ନେତା ଏବେ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ପଦମପୁର ନିର୍ବାଚନ ମଣ୍ଡଳୀର ଲୋକମାନେ ପ୍ରଦୀପ ପୁରୋହିତଙ୍କ ଅସଲ ଚେହେରାକୁ ଜାଣିଛନ୍ତି । ଠିକଣା ସମୟରେ ଉଚିତ୍ ଜବାବ ଦେବେ ବୋଲି ଦେବେଶ ଆଚାର୍ଯ୍ୟ କହିଛନ୍ତି । ସର୍ବୋପରି ପ୍ରଦୀପ ପୁରୋହିତ ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଇମୋସନାଲ କାର୍ଡ ଖେଳୁଥିବା କହିଛନ୍ତି ବିଜେଡି ବିଧାୟକ ।