ନିଜ ଗଣମାଧ୍ୟମ ସଂସ୍ଥାକୁ ମାଧ୍ୟମ କରି ସୌମ୍ୟରଞ୍ଜନ ଅରାଜକତା ସୃଷ୍ଟି କରୁଛନ୍ତି: ବଦ୍ରି

1 min read

କେନ୍ଦୁଝର: ଘଷିପୁରା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଙ୍ଗୀନ ଅଭିଯୋଗ । ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଆଣିଲେ ଗୁରୁତର ଅଭିଯୋଗ । କହିଲେ- ସୌମ୍ଯ ନିଜ ଗଣମାଧ୍ଯମ ସଂସ୍ଥାର ସାହାଯ୍ଯ ନେଇ ଅଞ୍ଚଳରେ ସୃଷ୍ଟି କରୁଛନ୍ତି ଅରାଜକତା । ସୌମ୍ୟ ଭୋଟରଙ୍କୁ ଭୟଭୀତ କରିବାକୁ ଉଦ୍ଯମ କରୁଥିବା ଅଭିଯୋଗ କରିଛନ୍ତି ବଦ୍ରି ।

ସେ କହିଛନ୍ତି, କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାଙ୍ଗରେ ଧରି ଘଷିପୁରା ନିର୍ବାଚନ ମଣ୍ଡଳୀରେ ଅରାଜକତା ସୃଷ୍ଟି କରୁଛନ୍ତି ସୌମ୍ଯ । କିଛିଦିନ ତଳେ ଓ୍ବାରେଣ୍ଟିମାନଙ୍କୁ ପୋଲିସ ଗିରଫ କରିବା ପରେ ସୌମ୍ଯ ନିଜ ସମର୍ଥକଙ୍କୁ ନେଇ ରାମଚନ୍ଦ୍ରପୁର ଥାନା ଘେରାଉ କରିଥିଲେ । ଗତକାଲି ରାତିରେ ସୌମ୍ୟଙ୍କ ସମର୍ଥକ ଖଣ୍ଡା ଧରି ଆତଙ୍କରାଜ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ବଦ୍ରିନାରାୟଣ ପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ଝରକା ଭାଙ୍ଗି ଭୟ ସୃଷ୍ଟି କରିବା ଅଭିଯୋଗ କରିଛନ୍ତି ସେ । ଟଙ୍କା ବଳ ଓ ମିଡିଆକୁ ନେଇ ଲୋକଙ୍କୁ ଭୟଭୀତ କରାଉଥିବା ସୌମ୍ଯଙ୍କୁ ଘଷିପୁରା ଲୋକ ଉଚିତ୍ ଜବାବ ଦେବେ ବୋଲି ବଦ୍ରି କହିଛନ୍ତି ।