କେନ୍ଦ୍ର ବିରୋଧରେ ୧୪ରୁ ବିଜେଡିର ଗଣ ଆନ୍ଦୋଳନ

ଭୁବନେଶ୍ୱର: ଧାନ କ୍ରୟକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରେସମିଟ  ।  କେନ୍ଦ୍ରର ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ  । ୨୦ ହଜାର କୋଟି ଟଙ୍କା କମ କରାଯାଇଛି  । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି  । କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯଉଛି  । ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ  ।

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ନୀତିରେ  ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି କେନ୍ଦ୍ର ସରକାର  । ବର୍ତ୍ତମାନ ୫ କେଜି ଚାଉଳ କାଟି ଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ  । ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନି  । କେନ୍ଦ୍ର ଅନ୍ୟାୟ ବିରୋଧରେ ଗଣ ଆନ୍ଦୋଳନ କରିବୁ  । ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକପତ୍ର ଦେବ ବିଜେଡି ।

୧୪ ତାରିଖରୁ ବିଜେଡି ଆନ୍ଦୋଳନ ଡାକରା ଦେବ  । ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବାପରେ ପୂର୍ବାହ୍ନରେ ଆନ୍ଦୋଳନରେ ବସିବ । ୧୫ ତ୩ରିଖରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀ ଯୋଗଦେଇ ଆନ୍ଦୋଳନ କରିବ  । ସେହିପରି ୧୬ ତାରିଖରେ ସମସ୍ତ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ  ।

ଧାନ କିଣାରେ ତତ୍ପରତା  । ଓଡିଶାର ଥିବା ବକେୟା ଅର୍ଥ ପ୍ରଦାନ  । ଏବଂ ଗରୀବ କଲ୍ୟାଣ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେବା ଦାବିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି  । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ସମସ୍ତ ଦାବି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛି ବିଜେଡି  ।