spot_img

Latest Posts

ଦଶପୁରରେ ମିଶ୍ରଣ ପର୍ବ: କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ମିଶିଲେ ବହୁ କର୍ମୀ

ଧର୍ମଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନହିତକର କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ଲୋକେ । ତେଣୁ ଏହି ସ୍ରୋତରେ ନିଜକୁ ସାମିଲ କରିବାକୁ ଦଳକୁ ବିଭିନ୍ନ ରାଜନୈତିକ କର୍ମୀଙ୍କ ସୂଅ ଛୁଟୁଛି । ଆଜି ଏହି ସାମୁହିକ ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି କଳାହାଣ୍ଡି ଜିଲ୍ଲାର କଂଗ୍ରେସ ଓ ବିଜେପି କର୍ମୀ । ଗୋଲାମୁଣ୍ଡା ବ୍ଲକ ଦଶପୁରେ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ୬୦ରୁ ଊର୍ଦ୍ଧ୍ୱ କର୍ମୀ । ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ । ଆୟୋଜିତ କର୍ମୀ ସମ୍ମିଳନୀରେ ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧାକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟ ରାଜ୍ୟ ମୁଖ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳର ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।  ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

Latest Posts

Don't Miss