spot_img

Latest Posts

ବଢ଼ୁଛି ଲୋକପ୍ରିୟତା, ବିଜେଡିରେ ମହା ମିଶ୍ରଣପର୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ। ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି ବହୁ ନେତା । ବୁଧବାର ବିଜେଡିରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଦଳରେ ସାମିଲ ହେଲେ ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀ। ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ହେଭିୱେଟ ନେତା ଓ କର୍ମୀ। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରକାଶ ଚନ୍ଦ୍ର ବେହେରା। ଆଜି ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ପ୍ରକାଶ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ।

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଅନ୍ଯତମ ହେଭିୱେଟ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ରହିଥିବା ଭୃଗୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଓଡ଼ିଶା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜେଡି ଅଧିକ ସୁସଂଗଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ। ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ୨୦୧୯ ନିର୍ବାଚନରେ ବୀରମିତ୍ରପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତଙ୍କ ବାପା ଜର୍ଜ ତିର୍କୀ ଜଣେ ବିଶିଷ୍ଟ ଆଦିବାସୀ ନେତା। ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ସାରଦା।

ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ । ସେ ଅଖିଳ ଭାରତୀୟ ଗଣ୍ଡ ମହାସଭାର ଉପଦେଷ୍ଟା । ୮.୯୩ ଲକ୍ଷ ଗଣ୍ଡଙ୍କ ଉପଦେଷ୍ଟା । ଗଣ୍ଡ ସମାଜକୁ ଆଗେଇବା ପାଇଁ ସେ ବହୁ ଆଗରୁ କାମ କରି ଆସିଛନ୍ତି । ତାଙ୍କ ଅବଦାନ ଓଡ଼ିଶା ଓ ଗଣ୍ଡ ସମାଜ ପାଇଁ ଗର୍ବର ବିଷୟ ।

 

 

 

 

Latest Posts

Don't Miss