ଝାରସୁଗୁଡ଼ା ଉପନିର୍ବାଚନ: ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି । ଜାତୀୟ ଏସଟି କମିଶନ ସଦସ୍ୟ ଅନନ୍ତ ନାଏକଙ୍କ ଝାରସୁଗୁଡ଼ା ଗସ୍ତ ନେଇ ଭେଟିଛି ଟିମ୍ । ବିଜେଡିର ଦାବି ଅନୁସାରେ ଜାତୀୟ ଏସଟି କମିଶନ ସଦସ୍ୟ ଅଛନ୍ତି ଅନନ୍ତ ନାଏକ । ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ଏହା ପରେ ସେ ଝାରସୁଗୁଡ଼ା ଯାଇପାରିବେ ।

ମାତ୍ର ତା ପୂର୍ବରୁ ଅନନ୍ତ ନାଏକଙ୍କୁ ଝାରସୁଗୁଡ଼ାରେ ପ୍ରବେଶ ଅନୁମତି ଦିଆ ନଯାଉ । ଅନନ୍ତ ନାଏକଙ୍କୁ ଝାରସୁଗୁଡ଼ା ଯିବାକୁ ବାରଣ କରାଯାଉ ବୋଲି ବିଜେଡି ଦାବି ଜଣାଇଛି । ସେ ଝାରସୁଗୁଗଡ଼ା ଗଲେ ଏସସି/ଏସଟି ଲୋକଙ୍କୁ ପ୍ରଭାବିତ କରିପାରନ୍ତି । ସାମ୍ବିଧାନିକ ପଦରେ ଥିବାରୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ଏହା ଉପରେ ଦୃଷ୍ଟି ଦେବାକୁ ସିଇଓଙ୍କୁ ଦାବି ଜଣାଇଛି ବିଜେଡି ।