ଧାମନଗର ପାଇଁ ସମରସଜ୍ଜା, ଉପନିର୍ବାଚନ ରଣନୀତି ନେଇ ଆଜି ସଂଧ୍ୟାରେ ବିଜେଡିର ବୈଠକ

ଭୁବନେଶ୍ୱର: ଧାମନଗର ରଣନୀତି ନେଇ ଆଜି ସଂଧ୍ୟାରେ ବସିବ ବିଜେଡି ବୈଠକ । ସାଂଗଠନିକ ସ୍ଥିତି ନେଇ ଏହି ବୈଠକରେ ଆଲୋଚନା ହେବ । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ତୃଣମୂଳ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେବେ । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ । ଧାମନଗର ଉପନିର୍ବାଚନରେ ବିଜୟ ରଣନୀତି ପ୍ରସ୍ତୁତ କରିବାକୁ ଆଜି ସଂଧ୍ୟାରେ ବିଜେଡି ବୈଠକ ବସୁଛି । ଧାମନଗର ଆସନକୁ ଜିତିବାକୁ ସମରସଜ୍ଜା ଆରମ୍ଭ କରିଛି ବିଜେଡି ।