ଗଞ୍ଜାମରେ ପଞ୍ଚାୟତ ନିର୍ବାଚନ ପର୍ବପ୍ରସ୍ତୁତି, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ସଭା

ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଖରିଡା ଗାଁରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ବୈଠକରେ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଗଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିଲେ ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏଥିପାଇଁ ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଗୁରୁତ୍ବ ଦିଆଯାଇଛି । ଗାଁ ଗୁଡିକରେ ବିଜେଡ଼ି ଯୁବ ଓ ଛାତ୍ର ମାନେ ଏକତ୍ରିତ ହୋଇ ଦଳ ପାଇଁ କାମ କରିବାକୁ ଆହ୍ବାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଯୁବ ଓ ଛାତ୍ର ମାନଙ୍କୁ ଗୁରୁତ୍ବ ଦେଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ସହ ଦଳକୁ ଆଗକୁ ନେବାକୁ ବିଧାୟିକା ପରାମର୍ଶ ଦେଇଛନ୍ତି ।

Leave a Reply