ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ୍ , ତାରାଙ୍କ ଉପରୁ ନିଲମ୍ଵନ ହଟାଇବାକୁ କରିଲା ଦାବି

ଭୁବନେଶ୍ୱର : ତାରାଙ୍କ ସପକ୍ଷରେ ବାହାରିଲା ବିଜେଡି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡି ସଦସ୍ୟ । ଗତକାଲି ବିଧାନସଭାରେ ଶାସକ ଓ ବିରୋଧୀ ଦଳ ହାତାହାତି ହୋଇଥିଲେ । ଯାହା ଫଳରେ ବାଚସ୍ପତି ବିରୋଧୀ ଦଳ ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏବଂ ବିଧାନସଭାରୁ ୭ ଦିନ ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ୱିତ କରିଥିଲେ । ଅନ୍ୟପଟେ ତାରାଙ୍କୁ ନିଲମ୍ୱନ ନେଇ ଗୃହରେ କଂଗ୍ରେସ ଏବଂ ବିଜେଡି କର୍ମୀ ବିରୋଧ କରିଥିଲଷ । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି ତାରା କହିଥିଲେ ଏବଂ ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ।