ସ୍ବାଧିନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା କନଷ୍ଟେବଳ ସଞ୍ଜୟ କୁମାର ବଳଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ସପ୍ତମ ବାଟାଲିଅନରେ କନଷ୍ଟେବଳ ଭାବେ କାର୍ଯ୍ୟରତ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ସଞ୍ଜୟ କୁମାର ବଳଙ୍କ ବିରୋଧରେ ବିଜେଡି ସିଇଓଙ୍କ ନିକଟରେ ଫେରାଦ ହୋଇଛି । ନିଜ ପଦର ଅପବ୍ୟବହାର କରି ସଞ୍ଜୟ ମାହାଙ୍ଗାର ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ପାଇଁ ଖୋଲାଖୋଲି ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଯାହାକି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ। ନିଜ କ୍ଷମତାର ଅପବ୍ୟବହାର କରି ସଞ୍ଜୟ ବଳ ସ୍ୱାଧୀନ ପ୍ରାର୍ଥୀ ଶାରଦାଙ୍କ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବା ତଥା ଭୋଟରଙ୍କୁ ଧମକାଇବା ଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ସିଇଓଙ୍କୁ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ସଞ୍ଜୟ କୁମାର ବଳଙ୍କ ଏଭଳି କାଣ୍ଡ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଇଛି । ତେଣୁ ସଞ୍ଜୟ କୁମାର ବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।