ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ପୁଣି ବିଜେପି କର୍ମୀଙ୍କ ଆଇନ ଉଲ୍ଲଂଘନ ଅଭିଯୋଗ। ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡିକୁ ବିଜେପି ବିଧାନସଭା ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ବାଇକ ରାଲିରେ ଆସୁଥିବା ସମର୍ଥକ ଓ କର୍ମୀ ଅଟକାଇଥିଲେ। ବିଜେଡି ପ୍ରଚାର ଗାଡିରେ ଥିବା ପୋଷ୍ଟର ଓ ବ୍ଯାନର ଚିରିବା ସହ ଗାଡିର ଡ଼୍ରାଇଭରଙ୍କୁ ଧମକାଇଥିଲେ। ବିଜେଡି ପ୍ରଚାରରେ ବାଧା ସୃଷ୍ଟି କରିବା ଅଭିଯୋଗ ନେଇ CEOଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ସମେତ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଏ ନେଇ CEOଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି କ୍ରମୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।