ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌

ଭୁବନେଶ୍ବର: ବିଜେଡି ସମୟ ସହ ନୂଆ ରୂପ ଓ ନୂଆ ଲୋକଙ୍କ ସହ ଆଗକୁ ବଢ଼େ । ସାଂଗଠନିକ ସ୍ତରରେ ପରିବର୍ତ୍ତନ ହୁଏ, ଗତକାଲି ଵି ହୋଇଛି । ଆଗକୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ କାର୍ଯ୍ୟକ୍ରମ ଓ ଦଳକୁ ଆଗକୁ ନେବା ପାଇଁ ବିରୋଧୀ ଦଳ ଭାବେ କଣ ନୂଆ ଆଭିମୁଖ୍ୟ ରହି ପାରିବ । ନବୀନ ବାବୁଙ୍କ ନିର୍ଦେଶରେ କାମ କରିବୁ ଓ ସମୟ ସମୟରେ ଭୂମିକା ବଦଳି ପାରେ ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର ।

ବିଜେଡି ପ୍ରେସମିଟ୍‌ କରି ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛି  । ମିଡ଼ିଆ ସେଲ ଗଠନ ହୋଇଛି । ବିଗତ ଦିନରେ ଵି ମିଡ଼ିଆ ସେଲ ଭଲ ଭାବେ କାମ କରିଛି । ଏବେର ମିଡ଼ିଆ ସେଲ ଜରିଆରେ ଦଳକୁ ଆହୁରି କ୍ରିୟାଶୀଳ କରିବାରେ ଉଦ୍ୟମ ରହିବ । ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ ବୋଲି ବିଜେଡି ପ୍ରେସମିଟରେ କହିଛି  ।

ସେହିପରି ଖୁବଶୀଘ୍ର ନୂଆ ଷ୍ଟେଟ କମିଟି ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ବିଜେଡି ନେତା ତଥା ରାଜ୍ୟ ମୁଖ୍ୟ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି । ଆଗାମୀ ଦିନରେ ଚେଷ୍ଟା କରିବୁ ଭଲ ଭାବେ କାମ କରିବୁ । ଭଲ କାମକୁ ତର୍ଜମା କରିବୁ । ସହଯୋଗ ଜାରି ରଖିବାକୁ ରାଜ୍ୟବାସୀଙ୍କୁ ନିବେଦନ କଲେ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ।