ଆରମ୍ଭ ହେଲା ପୌର ଫାଇଟ୍, ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ସୁଲୋଚନା ଦାସ

ଭୁବନେଶ୍ୱର: ଆରମ୍ଭ ହେଲା ପୌର ଫାଇଟ୍ । ନାମାଙ୍କନ ପତ୍ର ଦାଖଲ ପରେ ଆଜିଠାରୁ ଜମୁଛି ପ୍ରଚାର । ଗତକାଲି ଭୁବନେଶ୍ୱର ମହାନଗର ନିଗରର ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରଚାର ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶିବାଦ ଲାଭ କରିଛନ୍ତି । ଏହାପରେ ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସୁଲୋଚନା ଦାସ । ନବୀନ ପଟ୍ଟନାୟକଙ୍କ ସମସ୍ତ ବିକାଶମୂଳକ କାମକୁ ଆଗକୁ ନେବୁ । ବିଜେଡି ବିପୁଳ ସଂଖ୍ୟା ବିଜୟଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୨୪ରେ ରାଜ୍ୟର ପୌରାଞ୍ଚଳରେ ହେବ ନିର୍ବାଚନ ଅନୁଷ୍ଠିତ ହେବ । ଗତକାଲି ନାମାଙ୍କନ ଶେଷ ହୋଇଥିବାବେଳେ ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ । ୧୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଚଳିତ ଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ୧୮୯୯ ଓ୍ୱାର୍ଡରେ ୪ ହଜାର ୪୭୫ ବୁଥରେ ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ମାଗିବେ ଭୋଟ୍ । ଏଥର ମେୟର ଓ ଅଧ୍ୟକ୍ଷ ପଦ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ଏଣୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।