spot_img

Latest Posts

ଗଣତନ୍ତ୍ରର ହତ୍ୟା ବିରୋଧରେ ବିଜେଡିର ପଦଯାତ୍ରା,ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଗୃହ ଅଚଳ। ଚାରି ଦିନ ହେଲା ଅଚଳ ରହିଛି ବିଧାନସଭା। ସେପଟେ ଦିନ ୧୨ ଟା ଯାଏ ମୁଲତବି ରହିଛି ଗୃହ। ଆଜି ଗୋଟିଏ ମିନିଟ୍‌ ପାଇଁ ଚାଲିପାରିନଥିଲା ଗୃହ।

ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ  ରାଜଭବନ ଅଭିମୁଖେ ପଦଯାତ୍ରା ହୋଇଥିଲା। ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇବ ବିଜେଡି। ବିଜେଡି ବିଧାୟକ ରାଜଭବନକୁ ପଦଯାତ୍ରାରେ ଯାଇଛନ୍ତି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ବିଜେଡି ଆଗରୁ ଦାବି କରି ଆସୁଛି । ସୁବାସ ପାଣିଗ୍ରାହୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବ୍ୟକ୍ତିଗତ ଥିଲା ନା ଦଳର ଆଭିମୁଖ୍ୟ ଥିଲା ତାକୁ ବିଜେପି ସ୍ପଷ୍ଟ କରୁ ବୋଲି ପଦଯାତ୍ରା ବେଳେ ବିଧାୟକ ଦାବି କରିଛନ୍ତି ।

ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ। ‘ଆତ୍ମହତ୍ୟା ଏକ ଅପରାଧପ୍ରବଣ ମାନସିକତା ଏଣୁ ବିଧାୟକ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ। ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ  ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ଯ୍ୟାଦା ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା।

ବିଧାନସଭା ଏକ ଆଲୋଚନାର ଗୃହ, ଆତ୍ମହତ୍ୟାର ଗୃହ ନୁହେଁ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ। ସେହିଭଳି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏହା ବିଜେପି ବିଧାୟକଙ୍କ ଅପରିପକ୍ୱତା।

Latest Posts

Don't Miss