ବିଜେଡି ଲିଗାଲ ଫ୍ରଣ୍ଟରେ ସାମାନ୍ୟ ପରିବର୍ତ୍ତନ, ସୂଚନା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଜେଡି ଲିଗାଲ ଫ୍ରଣ୍ଟରେ ସାମାନ୍ୟ ପରିବର୍ତ୍ତନ । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ପନ୍ତଲାଲ ପ୍ରସାଦ ରାଓ । କଳାହାଣ୍ଡି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ହରଜିନ୍ଦର ସିଂ ।
ସେହିପରି ନୟାଗଡ ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ନିରଞ୍ଜନ ମିଶ୍ର । କଟକ ଜିଲ୍ଲା ଲିଗାଲ ଫ୍ରଣ୍ଟ ଉପସଭାପତି ହୋଇଛନ୍ତି ବଂଶୀଧର ଶତପଥୀ । ଲିଗାଲ ଫ୍ରଣ୍ଟ ଗଣମାଧ୍ୟମ ସଂଯୋଜକ ହୋଇଛନ୍ତି ଅମିତାଭ ମିଶ୍ର ।