ତୃତୀୟ ରାଉଣ୍ଡ ସୁଦ୍ଧା ୧୬,୪୭୩ ଭୋଟରେ ଆଗୁଆ ବିଜେଡି

1 min read

ବିଜେପୁର ଉପନିର୍ବାଚନ ଫଳାଫଳରେ ବିଜେଡି ଆଗୁଆ ରହିଛି । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଆଗୁଆ ଥିବା ରୀତା ସାହୁ ତୃତୀୟ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୨୨ ହଜାର ୪୭୩ ଖଣ୍ଡ ଭୋଟ୍ ପାଇଛନ୍ତି  । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୬ ହଜାର ଭୋଟ୍ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ମାତ୍ର ୮୧୫ ଖଣ୍ଡ ଭୋଟ୍ ମିଳିଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୪୭୩ ଭୋଟରେ ଆଗୁଆ ରହିଛି ।

୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲରେ ଭୋଟ୍ ଗଣତି ଚାଲିଛି । ମୋଟ ୨୧ଟି ରାଉଣ୍ଡ ଭୋଟ୍ ଗଣତି ହେବ । ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି । ')}

Leave a Reply