ଚତୁର୍ଥ ରାଉଣ୍ଡ ପରେ ବିଜେପୁରରେ ବିଜେଡି ଆଗରେ

1 min read

ବିଜେପୁର ଉପନିର୍ବାଚନ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିଜେଡି ଚତୁର୍ଥ ରାଉଣ୍ଡ ସୁଦ୍ଧା ଆଗରେ ରହିଛି । ଫଳାଫଳରେ ଆଗେଇ ଚାଲିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ଥିବା ରୀତା ସାହୁ ଚତୁର୍ଥ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୩୧ ହଜାର ୨୮୬ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୭ ହଜାର ୯୨୧ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ମାତ୍ର ୧ ହଜାର ୧୧୫ ଖଣ୍ଡ ଭୋଟ୍ ମିଳିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୨୩, ୩୬୫ ଭୋଟରେ ଆଗୁଆ ରହିଛି ।

୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲରେ ଭୋଟ୍ ଗଣତି ଚାଲିଛି । ମୋଟ ୨୧ଟି ରାଉଣ୍ଡ ଭୋଟ୍ ଗଣତି ହେବ । ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି ।
')}

Leave a Reply