ଏକାଦଶ ରାଉଣ୍ଡର ଫଳାଫଳ

1 min read

ବିଜେପୁର ଉପନିର୍ବାଚନର ଏକାଦଶ ରାଉଣ୍ଡର ଫଳାଫଳ ଆସିସାରିଛି । ଏକାଦଶ ରାଉଣ୍ଡ ସୁଦ୍ଧା ୫୦ ହଜାରରୁ ଅଧିକ ଭୋଟରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡରୁ ଟ୍ରେଣ୍ଡରେ ଆଗୁଆ ଥିବା ରୀତା ସାହୁ ଏକାଦଶ ରାଉଣ୍ଡ ସୁଦ୍ଧା ୫୬ ହଜାର ୧୨୬ ଭୋଟରେ ଆଗୁଆ ଅଛନ୍ତି ।

ଏକାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୭୭ ହଜାର ୩୫୯ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧ ହଜାର ୨୩୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ମାତ୍ର ୩ ହଜାର ୦୭୪ ଖଣ୍ଡ ଭୋଟ୍ ମିଳିଛି ।

୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲରେ ଭୋଟ୍ ଗଣତି ଚାଲିଛି । ମୋଟ ୨୧ଟି ରାଉଣ୍ଡ ଭୋଟ୍ ଗଣତି ହେବ । ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି । ')}

Leave a Reply