ଦ୍ୱିତୀୟ ଦିନରେ ସମାନ ଟ୍ରେଣ୍ଡ, ସର୍ବାଗ୍ରେ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଆଗରେ ରହିଛି ବିଜେଡି  । ଦ୍ୱିତୀୟ ଦିନ ଗଣତି ହେବାକୁ ଥିବା ୩୦୫ ଆସନରୁ ୨୬୧ଟି ଆସନରେ ଆଗୁଆ ରହିଛି ବିଜୁ ଜନତା ଦଳ  । ସେହିପରି ୨୦ ଆସନରେ ଆଗରେ ରହି ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି  । ଅନ୍ୟପଟେ କଂଗ୍ରେ ୧୯ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି  । ରାଜ୍ୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଥିବା ସୂଚନା ମୁତାବକ ଦିନ ୫ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଛି  । ଯେଉଁଥିରେ ୨୬୧ ଜୋନରେ ଆଗରେ ରହିଛି ବିଜେଡି  ।

ଶାସକ ବିଜେଡିର ଦୃଢ ଷ୍ଟ୍ରାଟେଜୀ ଦଳକୁ ଆଗକୁ ନେବାରେ ସହାୟକ ହୋଇଛି  । ଫଳରେ ବିଗତ ୨୦୧୭ ନିର୍ବାଚନରେ ବିଜେପିକ ଗଡ କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ବିଜେଡି  । ମୟୁରଭଞ୍ଜରେ ପ୍ରଥମ ଗଣତିରେ କ୍ଲିନ ସ୍ୱିପ କରିବା ପରେ ଦ୍ୱିତୀୟ ଦିନରେ ମଧ୍ୟ ଗଣତି ହେଉଥିବା ୨୬ଟି ଆସନ ମଧ୍ୟରୁ ୨୪ଟିରେ ଆଗରେ ରହିଛି ବିଜେଡି  । ସେହିପରି ବିଜେପି ଏପର୍ଯ୍ୟନ୍ତ କୌଣସି ମଧ୍ୟ ଜୋନରେ ଆଗୁଆ ରହିନାହିଁ  । କଂଗ୍ରେସ ଅବସ୍ଥା ମଧ୍ୟ ଅନୁରୂପ  । କିନ୍ତୁ ଦୁଇଟି ଆସନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ  ।

ଅନ୍ୟପଟେ ଯଦି କହିବା, ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ଆଗରେ ରହିଛି ବିଜେଡି  । ବାଲେଶ୍ୱରରେ ଗଣତି ହେଉଥିବା ୧୪ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ବିଜେଡି, ୩ଟିରେ ଆଗରେ ରହିଛି ବିଜେପି  । ଭଦ୍ରକର ୯ଟି ଜୋନ ମଧ୍ୟରୁ ୯ଟି ଯାକରେ ଆଗରେ ରହିଛି ବିଜୁ ଜନତା ଦଳ  । ବଲାଙ୍ଗୀରର ୧୪ଟି ଜୋନରୁ ୮ଟି ରେ ଆଗରେ ରହିଛି ବିଜେଡି, ୪ଟିରେ ବିଜେପି ଏବଂ ଗୋଟିଏ ଜୋନରେ ଆଗରେ ରହିଛି କଂଗ୍ରେସ  । କଟକର ୧୫ଟି ଜୋନରୁ ୧୪ଟିରେ ଆଗରେ ରହିଛି ବିଜେଡି  ।

ଯଦି ରାଜ୍ୟର ବୃହତ ଜିଲ୍ଲା ମାନଙ୍କୁ ପରିଲିଖିତ କରିବା ତେବେ, ଗଞ୍ଜାମର ସମୁଦାୟ ୬୯ଟି ଆସନ ମଧ୍ୟରୁ ଦ୍ୱିତୀୟ ଦିନରେ ଗଣତି ହେବାକୁ ଥିବା ୨୨ଟି ଆସନରୁ ୨୨ଟିରେ ଆଗରେ ରହିଛି ବିଜେଡ଼ି  । ମୟୁରଭଞ୍ଜର ୨୬ଟି ଜୋନରେ ଗଣତି ଚାଲିଥିବାବେଳେ ୨୪ଟି ଜୋନରେ ଶାସକ ବିଜୁ ଜନତା ଦଳ ଆଗରେ ରହିଥିବାବେଳେ ୨ଟି ଜୋନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ  । ପୁରୀ ଜିଲ୍ଲାରେ ଗଣତି ହେଉଥିବା ୧୧ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ଶାସକ ଦଳ  । କୋରାପୁଟର ୧୩ଟି ଆସନରେ ଆଜି ଗଣତି ହେଇଥିବାବେଳେ  ୭ଟିରେ ବିଜେଡି ଆଗରେ ଏବଂ ୬ଟି ଜୋନରେଲ କଂଗ୍ରେସ ଆଗରେ ରହିଛି  ।

Leave a Reply