spot_img

Latest Posts

ପଞ୍ଚାୟତ ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଳାହାଣ୍ଡି: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଏବେଠୁ ସଂଗଠନକୁ ମଝବୁତ କରିବା ପାଇଁ ଲାଗି ପଡ଼ିଲାଣି ବିଜେଡି। ପଞ୍ଚାୟତ ଏରିଆରେ କେମିତି ରହିଛି ରଣନୀତି କଣ ରହିବ ପ୍ଲାନ୍‌ ସେଥିପାଇଁ କଳାହାଣ୍ଡି ଗ୍ରସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କଳାହଣ୍ଡିରେ ତୃଣମୂଳ ସ୍ତରରେ କର୍ମୀକୁ ସୁଦୃଢ କରିବାକୁ ଗୁରୁମନ୍ତ୍ର ଦେବେ ପ୍ରଣବ ପ୍ରକାଶ ଦାସ। ତେବେ କରୋନାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ହେବ କର୍ମୀ ସମ୍ମିଳନୀ। ପ୍ରଥମେ ସେ ନର୍ଲା ବିଧନସଭା ମଣ୍ଡଳୀ କଶ୍ରୁପଡା, ପରେ ଭବାନିପାଟଣା ନିର୍ବାଚନ ମଣ୍ଡଳୀର ପାଷ୍ଟିଗୁଡ଼ି ଏବଂ ଲାଞ୍ଜିଗଡ ନିର୍ବାଚନୀ ମଣ୍ଡଳୀର ରିସଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ ଭବାନୀପାଟଣା ମୁନିସିପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Latest Posts

Don't Miss