ବିଜେଡି ନେତା ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ

ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର । ସେ ହରିଦ୍ବାର ଖସି ପଳାଇ ଯାଉଥିବା ବେଳେ ତାଙ୍କୁ ବ୍ରଜରାଜନଗର ରେଳଷ୍ଟେସନରୁ ଗିରଫ କରିଛି ପୋଲିସ ।

ଗତ ମାସ ୨୦ ତାରିଖ ସଂଧ୍ୟାରେ ଲଳିତମୋହନ ଓ ରାମକୃଷ୍ଣଙ୍କ ଭିତରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ନିଜ ବୁଲେଟରେ ଲଳିତମୋହନ ଖମାରୀଗାଁ ଫେରୁଥିବା ବେଳେ, ଖୁବ୍ ଜୋରରେ କାରରେ ଆସି ରାମକୃଷ୍ଣ ଲିଳିତଙ୍କ ବୁଲେଟକୁ ଧକ୍କା ଦେଇଥିଲେ । ଫଳରେ ଲଳିତମୋହନ ରାସ୍ତାକଡ଼ରେ ଥିବା ଏକ ନଡ଼ିଆ ଗଛରେ ପିଟି ହେବା ସହ ଗୁରୁତର ହୋଇ ପଡିଥିଲେ ।

ହସପିଟାଲରେ ପହଞ୍ଚିବା ପରେ ଲଳିତମୋହନଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟାଇ ସେଦିନ ଠାରୁ ଅଭିଯୁକ୍ତ ରାମକୃଷ୍ଣ ଫେରାର ହୋଇଯାଇଥିଲେ । ଗଲା ୨୬ ତାରିଖ ଦିନ ବ୍ରହ୍ମପୁର ଷ୍ଟେସନ ନିକଟରେ କାର ଛାଡ଼ି ସେ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ସେଦିନ ଠାରୁ ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଥିଲା ପୋଲିସ୍ । ଦିଗପହଣ୍ଡି ବ୍ଲକ ଖମାରିର  ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ଓ ହତ୍ୟାକାଣ୍ଡ ସମସ୍ତ ତଥ୍ଯ ପ୍ରଦାନ ଦାବିରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦିଗପହଣ୍ଡି ବ୍ଲକ ବିଜେଡ଼ିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।